ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକ ବିକାଶ ପରିଷଦ ତରଫରୁ କୃଷକ ହକ ପାଇଁ ଗଣଧାରଣା

କର୍ଲାମୁଣ୍ଡା ବ୍ଲକ ବିକାଶ ପରିଷଦ ତରଫରୁ କୃଷକ ହକ ପାଇଁ ଗଣଧାରଣା

କର୍ଲାମୁଣ୍ଡା: ବର୍ତ୍ତମାନ ସମଗ୍ର କଳାହାଣ୍ଡି ଜ଼ିଲ୍ଲା ରେ ଧାନ ମଣ୍ଡୀ ଆରମ୍ଭ ହୋଇଯାଇଛି। କିନ୍ତୁ ଘରେ ନ ପଶୁଣୁ ଚାଲ ବାଜିବା ଆରମ୍ଭ ହୋଇଯାଇଛି। ପ୍ରାୟ ଅନେକ ଧାନମଣ୍ଡି ରେ ବିବାଦ ଦେଖା ଯାଇଛି। ସେହିଭଳି କର୍ଲାମୁଣ୍ଡା ବ୍ଲକ ର ସମସ୍ତ ପଂଚାୟତ ରେ ଥିବା ଧାନମଣ୍ଡୀ ମାନଙ୍କରେ ମିଲ ମାଲିକ ମାନେ ନିଜ ଏଜେଣ୍ଟ ଜରିଆରେ ଆମେ କଟନୀ ଛଟଣି ବାବଦ ୫ ରୁ ୭ କେଜି ଧାନ କାଟିଲା ପରେ ଧାନ ଉଠିବ ବୋଲି ଚାଷୀ ମାନଙ୍କୁ ଖୋଲା ଖୋଲି କହୁଥିବା ଅଭିଯୋଗ ଆସିଛି l ବିନା କଟନୀ ଛଟନୀ ରେ ଧାନ ଉଠିବ ବୋଲି ଡ଼ିଡ଼ିମ୍ବ ପିଟୁଥବା ଭାଜପା ସରକାର ପାଇଁ ଏହା ଏକ ଶକ୍ତ ଚାପୁଡ଼ା ବୋଲି ଆଲୋଚନା ହେଉଛି । ଚାଷୀଙ୍କ କହିବାନୁସାରେ ଆମର ଧାନ ସବୁ ମାନ ନିର୍ଧାରଣ କରୁଛି ତେଣୁ ଆମେ କଟନୀ ଛଟଣି କୁ ମାନିବୁନାହିଁ କି ଏହି ମିଲ ମାନଙ୍କୁ ଧାନ ଦେବୁନାହିଁ ବୋଲି ଚାଷୀ ଦୃଢ ବିରୋଧ କରି ପ୍ରତିବାଦ କରିଛନ୍ତି l କର୍ଲାମୁଣ୍ଡା ତାରିଣୀ ମନ୍ଦିର ରୁ ଶହ ଶହ ଚାଷୀ ଶୋଭାଯାତ୍ରା ବାହାରି କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେରଙ୍କୁ ଏକ ଦାବିପତ୍ର ଦେଇ ପୁଣି ତହସିଲ ଅଫିସ ପର୍ଯ୍ୟନ୍ତ ଯାଇ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆମେ ୨ ରୁ ୩ କେଜି ପର୍ଯ୍ୟନ୍ତ ଧାନ କଟନୀ ଛଟଣି କଲେ ଆମେ ମାନିବୁ କିନ୍ତୁ ତାଠାରୁ ଅଧିକ ହେଲେ ଆମେ ଚାଷି କୁଳ ସହିପାରିବୁ ନାହିଁ ଏହି ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚଲେଇବୁ ବୋଲି କହିଛନ୍ତି । ଆମେ କର୍ଲାମୁଣ୍ଡା ବ୍ଲକର ଜଗଦମ୍ବା, ହରିପ୍ରିୟା ଏବଂ ବାଙ୍କୀ ବିହାରୀ ରାଇସମିଲ ପାଖରେ ଆଦ୍ୟୋ ଧାନ ବିକ୍ରୟ କରିବୁ ନାହିଁ ଏମାନଙ୍କ ବ୍ୟତୀତ ଅନ୍ୟ ମିଲ ଆମ ପ୍ୟାକ୍ସ କୁ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ଆଜି ନର୍ଲା ବିଧାୟକ ଙ୍କ ପ୍ରତିନିଧି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି(ମୁନା) ଆସି ଧର୍ମଘଟ କରିଥିବା ଚାଷୀ ଙ୍କୁ ଭେଟି ତାଙ୍କର ଦାବି ଗୁଡିକ ଶୁଣିବା ସହିତ କେମିତି ସମାଧାନ ହୋଇପାରିବା ତାହାର ବିଚାର କରିଥିଲେ l ଚାଷୀଙ୍କ ସହିତ ସବୁବେଳେ ନର୍ଲା ବିଧାୟିକା ଅଛନ୍ତି, ଚାଷୀ ଆମର ପ୍ରାଣକେନ୍ଦ୍ର, ଆମେ ଚାଷୀଙ୍କ ହକ ପାଇଁ ଲଢ଼େଇକରିବୁ ବୋଲି କହିଥିଲେ ମୁନା ମହାନ୍ତି । ସ୍ଥାନୀୟ ତହସିଲଦାର ଅରୁଣ ବର୍ଗେ ଚାଷୀମାନଙ୍କ ଦାବିପତ୍ର ଗ୍ରହଣ କରି ଅଭିଯୋଗ ଆସିଥିବା ରାଇସମିଲ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ମୁଁ ମୋର ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ଜଣାଇବି ବୋଲି କହିଥିଲେ । ଏହି ଗଣଧାରଣା ରେ କର୍ଲାମୁଣ୍ଡା ବ୍ଲକ ର ୧୨ ଟି ପଞ୍ଚାୟତ ରୁ ଶହ ଶହ ଚାଷୀ ଯୋଗ ଦେଇଥିବା ବେଳେ ଆମ ଦାବିପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

Sunil Chandra Nayak

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

masiha

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ମୋଟ ୧୯୧ଗୋଟି ଅଭିଯୋଗର ହେଲା ଶୁଣାଣି 

masiha

Leave a Comment

error: Content is protected !!