ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଦର୍ଶନ 

ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଦର୍ଶନ 

ଜୁନାଗଡ଼,୧୩/୧୨(ମନୀସ) ବିଶ୍ଵ ସତସଙ୍ଗ ର ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ତାଙ୍କର ଭାରତ ପରିକ୍ରମା କ୍ରମ ରେ ଆଜି ସକାଳ ୮ ଘଣ୍ଟା ସମୟ ରେ ଜୁନାଗଡ ସତସଙ୍ଗ କେନ୍ଦ୍ର ନିକଟରେ ପହଞ୍ଚି ଉପସ୍ଥିତ ଗୁରୁ ଭ୍ରାତା ଓ ମା ମାନଂକ ସୁଭା ଶୁଭ ଖବର ନେଇଥିଲେ। ଏହି ଅବସରରେ ଆଚାର୍ଯ୍ୟ ଦେବ ସମସ୍ତ ଙ୍କୁ ଇଷ୍ଟ ପଥରେ ଚାଲି ନିଜେ ସୁଖ ଶାନ୍ତି ଆନଂଦ ମୟ ଜୀବନ ଯାପନ କରିବା ସଙ୍ଗେ ସୁସ୍ଥ ପରିବେଶ ରେ ସମସ୍ତ ଙ୍କୁ ମଧ୍ୟ ସତ୍ ପଥରେ ଚାଲିବା ପାଇଁ ଉଦବୁଦ୍ଧ କରି ତୋଳିବା ପାଇଁ ଉଦବୋଧନ ଦେଇଥିଲେ।

ଏହି ଅବସରରେ ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କୁ ସ୍ଵାଗତ ଜଣାଇବା ପାଇଁ ଜୁନାଗଡ଼ ବ୍ଲକ ର ବହୁ ଗୁରୁ ଭାଇ ଓ ମା ଉପସ୍ଥିତ ରହି ଥିଲେ। ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଅତ୍ୟନ୍ତ ପ୍ରୀତ ହୋଇ ଉପସ୍ଥିତ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ କରିଥିଲେ। ଉପସ୍ଥିତି ଗୁରୁ ଭ୍ରାତା ଓ ମା ମାନଂକ ମଧ୍ୟରେ ସତସଙ୍ଗ କେନ୍ଦ୍ର ର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ( ସ ପ୍ର ଋ), ସମ୍ପାଦକ ଶ୍ରୀଯୁକ୍ତ ଜଗନ ଚନ୍ଦାନୀ, ପୂର୍ବତନ ଜୁନାଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅନନ୍ତ ଆଇଟିଆଇର ନବାଗତଙ୍କୁ ସ୍ୱାଗତ

masiha

ଡାବୁଗାଁରେ ଆମ ବସଷ୍ଟାଣ୍ଡ ଉଦଘାଟିତ

masiha

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

Leave a Comment

error: Content is protected !!