ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଧକ୍କାରେ ଯୁବକ ମୃତ

ମୋଟରସାଇକେଲ ଧକ୍କାରେ ଯୁବକ ମୃତ 

ଡାବୁଗାଁ, ୧୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡିଗୁଡା ଗ୍ରାମରେ ମୋଟରସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ୧୧.୧୨.୨୪ ତାରିଖ ବୁଧବାର ଦିନ ରାତ୍ର ପ୍ରାୟ ୧୦ ଘ. ସମୟରେ ମୁଣ୍ଡିଗୁଡା ଗ୍ରାମର ଟିକି ଭତ୍ରା (୨୨) ଗ୍ରାମର ରାସ୍ତା ନିକଟରେ ଛିଡା ହୋଇଥିବା ସମୟରେ ଅନ୍ୟ ପଟୁ ଆସୁଥିବା ଏକ ମୋଟରସାଇକେଲ ନଂ ଓଡି ୨୪ ଏଫ ୩୬୦୧ ଦୃତ ଗତିରେ ଆସି ଧକ୍କା ଦେଇଥିଲା | ଫଳରେ ଯୁବକ ଟିକି ଭତ୍ରା ରାସ୍ତା କଡକୁ ଛିଟିକି ପଡିଥିଲା | ପାଖରେ ଥିବା ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଅମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରୁ ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ପୂର୍ବାହ୍ନ ୧୧ ଘ. ୨୦ ମିନିଟ ସମୟରେ ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ବଡଭାଇ ପଦମ ଭତ୍ରା ଆଜି ମଧ୍ୟାନ୍ନ ରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୨୧୮/୨୪ ରେ ଏକ ମାମଲା ରୁଜୁ କରାଯାଇଛି | ସିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ଖୋଲିବ ପାଇଖାନା ଦୁର୍ନୀତି ଫାଇଲ |କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍ସ 

masiha

୧- କଂଗ୍ରେସ ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ , ୨- ବିକାଶ ବାହନ ରଥ ଶୁଭାରମ୍ଭ, ୩- ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!