ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

ବ୍ରହ୍ମପୁର; ୧୮/୦୫ ; ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅନ୍ତର୍ଗତ ରାଧାମୋହନପୁର ପଞ୍ଚାୟତରେ ଗତ ୧୫ ତାରିଖରେ ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ ପରିବେଶ ମଧ୍ୟରେ ଭବ୍ୟ ହନୁମାନ ଚାଳିଶା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ଭକ୍ତିଭାବର ସହିତ ପୂଜାର୍ଚ୍ଚନା କରିଥିଲେ।

           ଏହି ଅବସରରେ ଓଡିଶା ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳର ପ୍ରଭାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବିଶୋଇ ଯୋଗଦେଇ ଧାର୍ମିକ ଚେତନା ଓ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଆଲୋକପାତ କରିଥିଲେ। ସେହିପରି ରାଧାମୋହନପୁରରେ ବାଗେଶ୍ୱର ବାଲାଜୀଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପଞ୍ଚାୟତର ସରପଞ୍ଚ ଶ୍ରୀ କୃଷ୍ଣ ବାବୁଙ୍କ ସହ ଆଲୋଚନା କରାଯାଇଥିଲା। ସରପଞ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ।

            କାର୍ଯ୍ୟକ୍ରମରେ ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳର ରାଜ୍ୟ ସହ-ପ୍ରଭାରୀ ଶ୍ରୀନିବାସ ରାଉତରାୟ, ରାମକୃଷ୍ଣ ପଣ୍ଡା, ସୁତେଶ ମହାପାତ୍ର, ବିନୋଦ ସାବତ, ଗଞ୍ଜାମ ଜିଲ୍ଲା ପ୍ରଭାରୀ କାମେଶ୍ୱର ମହାନ୍ତି ଓ ବିଷ୍ଣୁ ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ

masiha

ସ୍ପର୍ଶ ‘ଇଂଲିଶ ମିଡିୟମ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଶାନ୍ତପୁର ପେକ୍ସ୍ ଠାରେ ଏଜିବି ୨୦୨୩,ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!