ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୪୯ ତମ କ୍ରୀଡାଉତ୍ସବ ପାଳିତ

ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୪୯ ତମ କ୍ରୀଡାଉତ୍ସବ ପାଳିତ

ଢେ଼ଙ୍କାନାଳ: ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ୪୯ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବରେ + ୨ ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ୧୦୦/୨୦୦ ମିଟର ଦୌଡ ଫୁଟବଲ, ସଟଫୁଟବଲ ଆଦି କ୍ରୀଡା ଆୟୋଜିତ ହୋଇଥିଲା। ଡକ୍ତର ଶକୁନ୍ତଳା ଜେନାଙ୍କ ଅଧ୍ଯକ୍ଷତାରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ତଥା ସଭାପତି ସତ୍ଯ ରଞ୍ଜନ, କ୍ରୀଡା ଏକାଡେମୀ ସତ୍ଯବାନ ପାତ୍ର ସମ୍ମାନିତ ଅତିଥି ଭାବେ ଜାତୀୟ ସ୍ତରୀୟ ଖୋକ ଖେଳାଳି ଏବଂ କୋଚ ଖେଲୋ ଭାରତ କେନ୍ଦ୍ର ଢେ଼ଙ୍କାନାଳର ରଞ୍ଜନ କୁମାର ସାହୁ, ଢେ଼ଙ୍କାନାଳ ଆଇନ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଖେଳ ଶିକ୍ଷକ ପର୍ଶୁରାମ ମିଶ୍ର ପ୍ରମୁଖ ଯୋଗଦାନ କରି ଛାତ୍ରୀ ମାନଙ୍କୁ ପାଠ ସହ କ୍ରୀଡା ର ମହତ୍ତ୍ଵ ଉପରେ ଅବଗତ କରାଇଥିଲେ। ଶେଷରେ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶେଷରେ ଅନୁଷ୍ଠାନ ର ଅଧ୍ଯାପକ ପଙ୍କଜ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ ଦେବାଳୟ ଓ ଐତିହ୍ୟସ୍ଥଳୀ ସ୍ଵଚ୍ଛତା ଅଭିଯାନ 

masiha

ରାଇରଙ୍ଗପୁର କନ୍ୟାଶ୍ରମରେ ୭୪ ତମ ବନ ମହୋତ୍ସବ ପାଳିତ

Sunil Chandra Nayak

5 ଟି ସଚିବଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!