ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶାଙ୍କ ରୟାଗଡ଼ ଗସ୍ତ 

ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶାଙ୍କ ରୟାଗଡ଼ ଗସ୍ତ 

“ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା”

ରାୟଗଡ:-ତା.୧୬/୧୨-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ଦିନିକିଆ ରୟାଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରlୟଗଡ଼ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା, ମାନ୍ୟବର ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ସ୍ୱତନ୍ତ୍ର ସଚିବ ରାଜସ୍ବ ବିଭାଗ, ଶ୍ରୀ ବୀରେନ୍ଦ୍ର କୁମାର କରକରl, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ଗୁଣୁପୁର, ସୁଶ୍ରୀ କିରଣଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘ ମିତ୍ରା ଦେବୀ ପ୍ରମୁଖ ଯୋଗଦାନ କରିଥିଲେ l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ରାଜସ୍ୱ ବିଭାଗର ବିଭିନ୍ନ ସ୍କିମ ଉପରେ ସମୀକ୍ଷା କରିଥିଲେ l ମାନ୍ୟବର ମନ୍ତ୍ରୀ କହିଲେ ଯେ ଆଗାମୀ ପାଞ୍ଚ ବର୍ଷ ଭିତରେ କୌଣସି ଗରିବ ବ୍ୟକ୍ତି ଭୂମିହୀନ ରହିବେ ନlହିଁ l ବର୍ତ୍ତମାନ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଶିଳ୍ପ ସଂସ୍ଥା ହେବାଦ୍ବାରା ବିସ୍ଥାପିତ ହୋଇଥିବା ପରିବାରକୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦେବାକୁ କହିଥିଲେ l ପରିବେଷ ସୁରକ୍ଷା ପାଇଁ ମଧ୍ୟ ବିଶେଷ ପଦ୍ଧକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ୪ଡ଼ିସିମିଲରୁ କମ ଜମି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭୂମିହୀନ ତାଲିକାରେ ତାଲିକାଭୁକ୍ତ କରାଯିବ ଓ ସେମାନଙ୍କୁ ଜମି ଦିଆଯିବ l ବୃହତ ରାଜସ୍ୱ ଗ୍ରାମ ଯୋଗୁଁ ଦୂରରୁ ରହୁଥିବା ଗ୍ରାମଗୁଡିକ ଅସୁବିଧା ହେଉଥିବାରୁ ଅନ୍ୟୁନ ୨୫୦ପରିବାର ଥିବା ଗ୍ରାମଗୁଡିକ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ସର୍ବସାଧାରଣ ହେଉଛନ୍ତି ସମ୍ମାନୀୟ ବ୍ୟକ୍ତି ସେମାନଙ୍କ ଅଭିଯୋଗ ଧର୍ଯ୍ୟର ସହକାରେ ଶୁଣି ସେବା ଯୋଗାଇଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମାନ୍ୟବର ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହାସହିତ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନସଂଗ୍ରହ ଉପରେ ମଧ୍ୟ ସମୀକ୍ଷା କରିଥିଲେ l ଚାଷୀ ଯେପରି ଠକାମୀର ଶିକାର ନ ହେବେ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ l ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତି ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସଚେତନ ନାଗରିକ ମଞ୍ଚର ସ୍ମାରକପତ୍ର

masiha

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!