ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

ରାୟଗଡ଼ – ରାୟଗଡ଼ ବନାଞ୍ଚଳ ଅଧିକାରିଙ୍କ ତତ୍ୱାବଧନରେ ଚଳିତ ମାସ ୧୪ତାରିଖ ସକାଳ ୯ଘଣ୍ଟିକା ସମୟରେ ବାରିଝୋଲା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ନିଆଁ ର ନିୟନ୍ତ୍ରଣ ଓ ପ୍ରତିକାର ଉଦ୍ଦେଶ୍ୟରେ ଏକ ପୂର୍ବ ଅଭ୍ୟାସ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା। ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ରାୟଗଡ଼ ବନାଞ୍ଚଳ ର ବିଭିନ୍ନ ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ ଲାଗିଥାଏ। ଏହିଭଳି ନିଆଁକୁ କିଭଳି ଆୟତ୍ତ କରି ହେବ ସେ ନେଇ ପୂର୍ବର୍ଭ୍ୟାସ କରଯାଇଥିଲା। ଏହି ଜଙ୍ଗଲ ନିଆଁ ଯୋଗୁଁ ଲକ୍ଷ ଲକ୍ଷ ପ୍ରଜାତିର ଜଙ୍ଗଲର ମଞ୍ଜି ପଡି ଉଠୁଥିବା ଛୋଟ ଛୋଟ ଗଛ ନିଆଁ ରେ ପୋଡ଼ି ନଷ୍ଟ ହୋଇ ଯାଇଥାଏ। ତତ୍ ସାଙ୍ଗକୁ ନିରୀହ ବନ୍ୟ ଜୀବ ଜନ୍ତୁ ମାନେ ମୃତ୍ୟୁ ବରଣ କରିଥାଆନ୍ତି।

ଏହିଭଳି ନିଆଁକୁ ଜଙ୍ଗଲରେ ସମ୍ପୂର୍ଣ୍ଣ ବିସ୍ତାର ହେବା ପୂର୍ବରୁ କିପରି ଆୟତ୍ତ କରାଯିବ ଓ କିପରି ସମ୍ପୂର୍ଣ୍ଣ ରୂପେ ବିଭିନ୍ନ ମାଧ୍ୟମ ପ୍ରୟୋଗ କରି ଲିଭା ଯାଇ ପାରିବ ତାହା ଉପରେ ବନାଞ୍ଚଳ ଅଧିକାରୀ ଉପସ୍ଥିତ ରାୟଗଡ଼ ବନାଞ୍ଚଳ ର ସ୍କ୍ୱାର୍ଡ, ୱାଚର ଓ ବନ କର୍ମଚାରିଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହା ଛଡ଼ା ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ବିଷୟରେ ଜଙ୍ଗଲ ପାଖରେ ରହୁଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ।

ଏହି ପୁର୍ବଭ୍ୟାସ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ୱର ଆଚାରି , ବନପାଳ ଶ୍ରୀ ଗୌରୀ ଶଙ୍କର ସାହୂ, ଶ୍ରୀମତୀ ପଦ୍ମାବତି ପାଢ଼ୀ, ରବିଚନ୍ଦ୍ର ପାତ୍ର, ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ, ଶ୍ରୀମତୀ ଶକୁନ୍ତଳା କଣ୍ଡାଗିରି, ଶ୍ରୀ ବି. ଭାସ୍କର, ପାରା ବନ ରକ୍ଷକ ଆଦି କର୍ମଚାରି ଙ୍କ ସହ ଜମ୍ବୁ ଗ୍ରାମର ଗ୍ରାମବାସୀ ଯୋଗଦାନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

Sunil Chandra Nayak

କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର ବୈଠକ: ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!