ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବଲାଙ୍ଗୀର ଦ୍ୱାରା ସମୀକ୍ଷା ବୈଠକ

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ବଲାଙ୍ଗୀର ଦ୍ୱାରା ସମୀକ୍ଷା ବୈଠକ

ଘସିଏନ/୧୫-୧୨-୨୦୨୪ : ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଘସିଏନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ୍ ମହାସଭା ଜିଲ୍ଲା ଆୟୋଜନ ସମିତି,ବଲାଙ୍ଗୀର ର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭ୍ୟ ପବିତ୍ର ଧରୁଆ ଯୋଗଦେଇଥିଲେ । ସମ୍ମାନୀତ ମହାସଚିବ ରାମଚନ୍ଦ୍ର ଧରୁଆ, ଜି.ଏସ୍.ୟୁ ରାଜ୍ୟ ସଭାପତି ସୁବ୍ରତ କୁଅଁର ଜି.ଏସ୍.ୟୁ ଜିଲ୍ଲା ସଭାପତି ଲଳିତ ମୋହନ ପୁଟା,ମକୁନ୍ଦ ଧରୁଆ,ଉପସଭାପତି କାମରାଜ ମଲ୍ଲିକ, କୋଷାଧ୍ୟକ୍ଷ ଦେବରାଜ ଭୋଇ,ଜିଲ୍ଲା ଉପଦେଷ୍ଟା କେଶରୀ କୁଅଁର,ଜିଲ୍ଲା ସଭ୍ୟ ପ୍ରୀତିଚନ୍ଦ୍ର ରାଏ,କରୁଣାକର ଧରୁଆ,ବ୍ଲକ୍ ସଭାପତି ଭୁବନେଶ୍ୱର କୁଅଁର,ଭୁବନେଶ୍ୱର ଧରୁଆ,ଦଶରଥ ଛତ୍ରିଆ,ସୁରଥ ମଲ୍ଲିକ,ସମ୍ପତି ମଝି,ପୂର୍ଣ୍ଣଚନ୍ଦ୍ର ଭୋଇ,ଦୁର୍ଯ୍ୟୋଧନ ଭୋଇ,ପ୍ରଦୀପ ଧରୁଆ,ଲେକ୍ରୁ ଧରୁଆ, ସହଦେବ ଧରୁଆ,ସୁବାଷ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଘଷିଏନ ଗାଁ ର ଗୌନ୍ତିଆ ନିମାଇଁ ଚରଣ ଗଡତ୍ୟା ବାସଭବନ ରୁ ବୁଢ଼ା ଦେଓ ଙ୍କର୍ ଶୋଭାଯାତ୍ରା ବାହାରି ସଭାସ୍ଥଳ କୁ ଆସିଥିଲେ । ପେନ୍ ଠାନା ରେ ଗୋଣ୍ଡ ସମାଜ ର ଇଷ୍ଟ ଦେବ ବୁଢାଦେଓ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଜିଲ୍ଲା ସଭାପତି ଶ୍ୟାସୁନ୍ଦର ଭୋଇ ଗୋଣ୍ଡୱାନା ସପ୍ତରଙ୍ଗୀ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ସ୍ବାଗତ ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ରଖିଥିଲେ । ଏହାପରେ ପିତୃ ମାତୃ ପୂଜନ କରାଯାଇଥିଲା ।ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ, ଅର୍ଥନୈତିକ,ସାଂସ୍କୃତିକ ବିକାଶର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ । ଆମେ ଆଦିମ ଗୋଣ୍ଡ ଜାତି ପ୍ରକୃତିର ସନ୍ତାନ ତେଣୁ ଆମେ ସାଂସ୍କୃତି,ପରମ୍ପରା,ରୀତିନୀତି ତଥା ପ୍ରକୃତି କୁ ବଜାୟ ରଖିବା ପାଇଁ କହିଥିଲେ ବକ୍ତା କାମରାଜ ମଲ୍ଲିକ କହିଥିଲେ । ଏହା ପରେ ଗୋଣ୍ଡୱାନା ଛାତ୍ର ସଂଗଠନ ଘଷିଏନ ପଲ୍ଲୀ ଗଠନ କରାଗଲା । ପ୍ରତି ବର୍ଷ ପରି ଏହି ବର୍ଷ ଗୋଣ୍ଡୱାନା ଛାତ୍ର ସଂଗଠନ ବଲାଙ୍ଗୀର ଦ୍ଵାରା ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଯୁବ ସାମ୍ବାଦିକ ଲଳିତ ମଲ୍ଲିକ,ଜଗନ୍ନାଥ ଧରୁଆ ଏବଂ ଜିଲ୍ଲା ସଭ୍ୟ ଶିଶିର ଧରୁଆ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଦାଶରଥି ଭୋଇ ଓ ଟିକେଲାଲ ଧରୁଆ ମଞ୍ଚ ପରିଚଳନା କରିଥିବା ବେଳେ ଶେଷରେ ଘଷିଏନ ସମ୍ପାଦକ କେଶବ ଗଡତ୍ୟା ସଭା ସାଙ୍ଗ କରି ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

Sunil Chandra Nayak

ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ମାଟିର ଦୁଇ ସଫଳ ସନ୍ତାନ। ପ୍ରତୀକ୍ଷା ପ୍ରଧାନ ଓ ସିଦ୍ଧାନ୍ତ ବେଶ୍ରା

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

Leave a Comment

error: Content is protected !!