ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲେଙ୍ଗାନା ରେ ଦାଦନ ଶ୍ରମିକ ର ମୃତ୍ୟୁ ,ଗାଁ ରେ ଶୋକରେ ଛାୟା 

ତେଲେଙ୍ଗାନା ରେ ଦାଦନ ଶ୍ରମିକ ର ମୃତ୍ୟୁ ,ଗାଁ ରେ ଶୋକରେ ଛାୟା 

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ଲୁହାସିଙ୍ଗା ପଞ୍ଚାୟତ ତେଙ୍ଗେରାପଥର ଗାଁ ର ଜଣେ ଦାଦନ ଶ୍ରମିକ ଙ୍କ ତେଲେଙ୍ଗାନା ରାଜ୍ୟ ସିକିନ୍ଦ୍ରାବାଦ ନିକଟ ଏକ ଇଟା ଭାଟିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଶ୍ରମିକ ଜଣକ ହେଲେ ଟେଙ୍ଗେରା ପଥର ଗାଁ ର ବୁଟୁଲୁ ବାରିହାଙ୍କ ପୁଅ ବନମାଳୀ ବରିହା (୨୨) ବୋଲି ଜଣାଯାଇଛି। ମୃତ ଶ୍ରମିକ ଜଣକ ତାଙ୍କ କାକା ଘର ପରିବାର ସହିତ ଇଟା କାମ ପାଇଁ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମ ରେ ଯାଇଥିବା ବେଳେ ରବିବାର ସକାଳେ ମୃତ୍ୟୁ ହୋଇଥିବା ମୃତକଙ୍କ କାକା ଗାଁ କୁ ଫୋନ ଯୋଗେ ଜଣାଇଥିବା ଵେଲେ ଗାଁ ରେ ଶୋକ ର ଛାୟା ଖେଳିଯାଇଛି। ଏନେଇ ଲରମ୍ଭା ଥାନା ଅଧିକାରୀ ବି ପି ଯାଦବ ଙ୍କୁ ପଚାରିବାରୁ ପରିବାର ତରଫରୁ ଏନେଇ କୌଣସି ଅଭିଯୋଗ କରିନ ଥିବା କହିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

ଦୁଇ ଦିନିଆ ଜ଼ିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ନୂତନ ଡାକ ବଙ୍ଗଳା ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

Leave a Comment

error: Content is protected !!