ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ସାରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟୁତ କଲୋନୀ ର ସଭା ଗୃହ ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ରୁପେ ଆସନ ଗ୍ରହଣ କରିଥିଲେ ଏବଂ ସମ୍ମାନୀୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ୱାଙ୍ଗ ଗ୍ରାହୀ ଶବର ଶ୍ରୀଯୁକ୍ତ ଛବୀଲାଲ ସିଂ ଏବଂ ବି ଆର ସି ସି ଶ୍ରୀଯୁକ୍ତ ବଳରାମ ହୁଇକା ଆସନ ଗ୍ରହଣ କରିଥିଲେ ସଭାକୁ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ନରସିଂହ ବିଡ଼ିକା ସଭାପତିତ୍ୱ କରିଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନରେଶ ସ୍ବାଳସିଂ ପରିଚାଳନା କରିଥିଲେ ।

      ସଭା କାର୍ଯ୍ୟ ଆରମ୍ଭରେ ବିଧାୟକଙ୍କୁ ପୁଷ୍ପମାଳା ଦେଇ ସ୍ୱାଗତ କରାଯାଇ ମହାପ୍ରଭୁ ଶ୍ରୀ ଜଗନାଥ ଙ୍କୁ ପୂଜା କରାଯାଇଥିଲା ସରକାର ଙ୍କ ନିର୍ଦେଶ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଦୁଇ ହଲ ଡ୍ରେସ ଗୋଟିଏ ହଳ ଜୋତା ଦୁଇ ହଳ ମୌଜା ଏବଂ ଗୋଟିଏ ହଳ ହାଉସ ଡ୍ରେସ ସହ ଗୋଟିଏ ଟୋପି ଦିଆ ଯାଇଥିଲା ବିଧାୟକ ମହାଶୟ ନିଜେ ଏହି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରିଥିଲେ ଓ ନିଜ ଭାଷଣ ରେ ଏହି ବିଦ୍ୟାଳୟ ର ଛାତ୍ର ଓ ଏହି ବିଦ୍ୟାଳୟ ରେ ପଞ୍ଚମ ପର୍ଯ୍ୟନ୍ତ ପଢିଛି ସେହି ସମୟରେ ଏହି ବିଦ୍ୟାଳୟ କିପରି ଥିଲା ଆଜି କଣ ବଦଳିଛି ତାହା କହିଥିଲେ ଏବଂ ଆମେ କଣ କଲେ ସଫା ହୋଇ ରହିପାରିବା ଏବଂ ଆମେ ପିନ୍ଧୁଥିବା ଡ୍ରେସ କିପରି ସଫା ହୋଇ ରହିବ ପିଲାଙ୍କୁ ବୁଝାଇଥିଲେ ଓ ପିଲାଙ୍କ ସହ ଫୋଟୋ ଉଠାଇଥିଲେ ଅବିଭାବକ ଙ୍କ ସହ ଆଲୋଚନା କରିଥିଲେ ବିଦ୍ୟାଳୟ କୁ ଡେସ୍କ ବେଞ୍ଚ କେମିତି ଅଣାଯିବ ତାହା ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଅସୁବିଧା କୁ ଦୂର କରିବା ପାଇଁ ଅସ୍ବସ୍ତି ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସଫଳ ଓ ସୁପରିଚାଳନା କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,୨୧୧ ଅଭିଯୋଗ ରୁ ୧୬୨ ଗୃହ ସମ୍ବନ୍ଧିତ

masiha

ଉପକୂଳ ଓଡ଼ିଶାରେ ବଢ଼ୁଛି ତାତି: ଅସହ୍ୟ ଗୁଳୁଗୁଳି ଅନୁଭୂତ.

masiha

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

Sunil Chandra Nayak

Leave a Comment

error: Content is protected !!