ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

ଜୁନାଗଡ଼,୧୮/୧୨(ମ ନି ସ)କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ ନିକଟସ୍ଥ ଚିଚୈଗୁଡା ଗ୍ରାମ ର ଯୁବ ଉଦୀୟମାନ ପ୍ରତିଭାଦୀପ୍ତ କବି ସନ୍ତୋଷ କୁମାର ମେହେର ସକାଳ ସାଥୀ ଓଡ଼ିଆ ଖବର କାଗଜ ପକ୍ଷରୁ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ -୨୦୨୪ ପାଇଲେ। ଯୁବ କବି ସନ୍ତୋଷ କୁମାର ମେହେର ବୃତ୍ତି ରେ ଜଣେ ବିଜ୍ଞାନ ଶିକ୍ଷକ ଅଥଚ ନିଶାରେ କବିତା ରଚନା କରିବା,ସଫଳ ମଞ୍ଚ ଉପସ୍ଥାପନା କରିବା । ଜଣେ ଛାତ୍ର ଵତ୍ସଳ ଆଦର୍ଶ ବିଜ୍ଞାନ ଶିକ୍ଷକ ତଥା ତାଲିମ୍ ପ୍ରାପ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଭାବ ରେ ଏ ଅଞ୍ଚଳରେ ତାଙ୍କର ଏକ ସ୍ଵତନ୍ତ୍ର ସୁନାମ ରହିଅଛି। ତାଙ୍କର ଏହି ସଫଳତା ପାଇଁ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା,ପ୍ରଧାନ ଶିକ୍ଷକ ହୃଷିକେଶ ମେହେର, ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଶିଲ କୁମାର ନାଗ, କ୍ରୀଡା ଶିକ୍ଷକ ବିଜୟ କୁମାର ନାଏକ ଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। କଳାହାଣ୍ଡି (ଏସ୍ .ଏସ. ଡି) ବିଭାଗ ତଥା ନିଜ ଜନ୍ମମାଟି ଜୁନାଗଡ଼ ମାଟିର ସମସ୍ତ ଶୁଭେଛ୍ଛୁ ମାନେ ମଧ୍ୟ ଏଥିପ୍ରତି ଶୁଭକାମନା ଜଣାଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରକାଶ ଥାଉ କି ଚିଚୈଗୁଡା ଗ୍ରାମ ର ସନ୍ତୋଷ କୁମାର ମେହେର ଓଡ଼ିଶାର ସୁପ୍ରତିଷ୍ଠିତ କବି ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧିର କୁମାର ମେହେର ଙ୍କ ସାନ ଭାଇ ଏଵଂ ତ୍ରିଲୋଚନ ମେହେର ଙ୍କ କନିଷ୍ଠ ପୁତ୍ର ଅଟନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସିକେରକୂପା ବନବିଭାଗ ରେ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!