ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପାଳିତ

ଧର୍ମଗଡ ଠାରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପାଳିତ

ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ ଠାରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି ।

ଧର୍ମଗତ ବିଧାୟକ ଶ୍ରୀଯୁକ୍ତ ସୁଧିର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଗତ ଦିନରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ତଥା ଶକ୍ତି କ୍ଳବ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥଲେ ।ସମ୍ମାନିତ ଅତିଥି ରୂପେ ସମାଜସେବୀ ହରେକୃଷ୍ଣ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିରଞ୍ଚି ନାରାୟଣ ଜାଲ ଏହି ଅବସରରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ନାଏକ ଙ୍କ ଦ୍ୱାରା ସଭା ପରିଚାଳନା ହୋଇଥିଲା l ବିଧାୟକ ଶ୍ରୀ ପଟ୍ଟଯୋଶୀ ଶିକ୍ଷାର୍ଥୀ ମାନଙ୍କୁ ବିଦ୍ୟାର୍ଜନ କରିବା ସହିତ ଉତ୍ତମ ଚରିତ୍ର ଗଠନ ତଥା ଦେଶର ପୁନଃ ନିର୍ମାଣ କରିବା ଦିଗରେ ଉତ୍ସର୍ଗୀକୃତ ମନୋଭାବ ରଖିବା ପାଇଁ ଆହ୍ବାନ ଦେଇଥିଲେ ।ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର ମାନଙ୍କୁ ମେଡ଼ାଲ ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରା ଯାଇଥିଲା । ଦଶମ ଶ୍ରେଣୀର ଛାତ୍ର ସଞ୍ଜୟ ମାଝି କୁ ଚମ୍ପିୟାନ ଭାବେ ପୁରସ୍କୃତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଆନୁସଙ୍ଗିକ ଅଭାବ ଅସୁବିଧା ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ମାନ୍ୟବର ବିଧାୟକ ଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତେଲେଙ୍ଗାନା ରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା,ଗାଁରେ ପହଞ୍ଚିଲା…. ଶବ ବଇନା ଟଙ୍କା ପାଇଁ ବନ୍ଧାପଡିଛନ୍ତି ବୃଦ୍ଧ

masiha

ବାଲିଗୁଡ଼ା ବନାଞ୍ଚଳର ଖମନଖୋଲ ଅଞ୍ଚଳରେ ୮ଟିକିଆ ହାତୀପଲ 

masiha

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!