ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥ ସଡ଼କ ଦୁର୍ଘଟଣାରେ ୨ ଯୁବକ ମୃତ,ଦୁଇ ଜଣ ଆହତ

ଜାତୀୟ ରାଜପଥ ସଡ଼କ ଦୁର୍ଘଟଣାରେ ୨ ଯୁବକ ମୃତ,ଦୁଇ ଜଣ ଆହତ

ଜଳେଶ୍ଵର,୨୬/୧୧(ମନିସ)-ଜାତୀୟ ରାଜପଥ  ଡିଭାଇଡ଼ରକୁ ମାଡ଼ ଦେଇ ରାସ୍ତା ପାଖ ନୟନ ଯୋଡିକୁ ଖସିଲା ଦ୍ରୁତ ଗାମୀ କାର, କାରରେ ଥିବା ଡ୍ରାଇଭର ସମେତ ଦୁଇ ମୃତ, ଅଳ୍ପକେ ରକ୍ଷା ପାଇଲେ କାରରେ ଥିବା ଅନ୍ୟ ଦୁଇ ଯୁବକ।ମୃତକ ଦୁଇ ଜଣ ମାଉସୀ ପୁଅ ଦୁଇ ଭାଇ, ଜଣେ ହେଉଛନ୍ତି ଜଳେଶ୍ୱର ଥାନା ଅର୍ଜୁନି ଗ୍ରାମର ବରିଷ୍ଠ ସାମ୍ବାଦିକ ଅରୁଣ ଜେନାଙ୍କ ପୁଅ ରାଜନ ଜେନା ଓ ଅନ୍ୟ ଜଣେ ହେଲେ ଦାନ୍ତୁନ ଥାନା ବାଇପାଟଣା ଗ୍ରାମର ସାୟନ ଜେନା। ଏଭଳି ଘଟଣା ପଶ୍ଚିମବଙ୍ଗ ରାଜ୍ୟ ଦାନ୍ତୁନ ଥାନା ୬୦ ନଂ ଜାତୀୟ ରାଜପଥ ସୋନାକନିଆଠାରେ ଘଟିଛି। ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅର୍ଜୁନି ଗ୍ରାମର ରାଜନ ଜେନା ଓ ତାଙ୍କ ନିଜ ମାଉସୀ ପୁଅ ଭାଇ ସାୟନ ଜେନା ଓ ଅନ୍ୟ ଦୁଇ ଜଣ ଯୁବକ ଏକ କାର ଯୋଗେ ପଶ୍ଚିମବଙ୍ଗ ଆଡୁ ଓଡ଼ିଶା ଆଡକୁ ଦ୍ରୁତ ଗତିରେ ଆସୁଥିଲା ବେଳେ ଦାନ୍ତୁନ ଥାନା ସୋନାକନିଆ ଠାରେ ରାସ୍ତା ପାଖ ଡିଭାଇଡ଼ରକୁ ମାଡ଼ ଦେଇ ରାସ୍ତା ପାଖ ନୟନ ଯୋଡିକୁ କାରଟି ଓଲଟି ପଡିଥିଲା ।ଫଳରେ କାରରେ ଥିବା ରାଜନ ଓ ତାଙ୍କ ମାଉସୀ ପୁଅ ଭାଇ ସାୟନଙ୍କ ଘଟଣା ସ୍ଥଳରେ ଗୁରୁତର ହୋଇଥିଲା ବେଳେ ଅନ୍ୟ ଦୁଇ ଜଣ ଅଳ୍ପକେ ରକ୍ଷା ପାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା ବେଳେ ଡାକ୍ତର ରାଜନ ଓ ସାୟନକୁ ମୃତ ଘୋଷଣା କରି ଥିଲେ । ଅଧିକ ଚିକିତ୍ସା ପାଇଁ ଆହତ ଦୁଇ ଯୁବକଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

ଆମ୍ବ ଚାଷ କରି ସ୍ୱାବଲମ୍ବୀ ମହିଳା ଚାଷୀ 

Leave a Comment

error: Content is protected !!