ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

କଲମପୁର-(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିସୁତା ମେହେରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ବ୍ଲକ ଅଧ୍ୟକ୍ଷ୍ୟା ମୋତି ବିହାରୀ , ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ,   ସିଡ଼ିପିଓ ନିର୍ବାସିନୀ ଦେଇ , ଜିଲ୍ଲା ଭିନ୍ନକ୍ଷମ ବିଭାଗ ସଂପାଦକ ଡୋଲାମଣି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଶିବିରରେ କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଆସିଥିବା ୩୫୩ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୮ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ତୁରନ୍ତ ପ୍ରଦାନ କରାଯାଇଥିଲା। 

୬୭ଜଣଙ୍କୁ ବସ ପାସ ମିଳିଥିବାବେଳେ ଆଉ ୫୩ଜଣଙ୍କୁ ଟ୍ରେନ ପାସ ଦିଆଯାଇଥିଲା । ଭତ୍ତା ପାଇଁ ୩ଜଣ , ଘର ପାଇବା ପାଇଁ ୪୯ଜଣ ଆବେଦନ କରିଥିଲେ । ୨ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୩ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଡିଆରଆଇ ଋଣ ଆବେଦନ ୧୨, ଏମଆର୍ କିଟ୍ ପାଇଁ ୧ , କୃତିମ ଅଙ୍ଗ ନିମନ୍ତେ ୧ , ଶ୍ରବଣ ଯନ୍ତ୍ର ପାଇଁ ୧ , ଜୁନାଗଡ ନେତ୍ରାଳୟ ତରଫରୁ ୩ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । କଲମପୁର ଶିବିରରେ ଅନେକ ବିଭାଗର ଡାକ୍ତର ଉପସ୍ଥିତ ରହିଥିବା ବେଳେ ପଞ୍ଜିକରଣ କରି ଭିନ୍ନକ୍ଷମ ମାନଙ୍କୁ ସେବା ଦେଇଥିଲେ । ଅର୍ଥପେଡି ବିଭାଗରୁ ଡାକ୍ତର ଅଭିନାସ ନେଗି , ମୁକ,ବଧିର ବିଭାଗରୁ ପ୍ରଦ୍ୟୁମ୍ନ କିଶୋର ପଣ୍ଡା , ଚକ୍ଷୁ ବିଭାଗରୁ ବିକାଶ ରଞ୍ଜନ ନାୟକ , ଶ୍ରବଣ ବିଭାଗରୁ ଆରଧନା ବେହେରୁକ୍ ପ୍ରମୁଖ ଶିବିରରେ ଯୋଗଦେଇ ସେବା  ପ୍ରଦାନ କରିଥିଲେ । ଶିବିରରେ ବ୍ଲକର ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ ସମେତ ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ପଞ୍ଚାୟତର ପିଇଓ , ଜିଆରଏସ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମାଣପତ୍ର ସଂଶୋଧନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

ସେହିପରି କଲମପୁର ପଞ୍ଚାୟତ ପରିସରରେ ସାମାଜିକ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା , ଏଥିରେ କଲମପୁର ସରପଞ୍ଚ ସୂର୍ଯ୍ୟକାନ୍ତୀ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ ପରିଚାଳନା କରିଥିଲେ । ସଂପୃକ୍ତ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ସହସ୍ରାଧିକ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗାଣ ସହାୟକ ବନମାଳୀ ସାହୁ, ମାଝି ବାବୁ,ରାମ ତେଜି, ଦୁଷ୍ମନ୍ତ ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ପଞ୍ଚାୟତର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

Sunil Chandra Nayak

ଗୀତା ଆବୃତ୍ତି କଲେ ୧୨୧ ଜଣ ପ୍ରତିଯୋଗୀ

Sunil Chandra Nayak

ଵାମନଘାଟୀ ଉପଜିଲ୍ଲାପାଳ ହେବେ ଉଗ୍ରସେନ ଓରାମ

Leave a Comment

error: Content is protected !!