ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁର୍ମାକୋଟ ବାଲିଯାତ୍ରା ଧୁମଧାମରେ ପାଳିତ

ତେନ୍ତୁଳିଖୁଣ୍ଟି 28 03 /23 ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରୀଗୁଡା ପଞ୍ଚାୟତ ର କୁର୍ମାଜୋଟ ରେ ଯାନୀ ବାଲି ଯାତ୍ରା ଆଜି ମଙ୍ଗଳବାର ରେ ଅନୁଷ୍ଠିତ ହୋଇଥିଲା।ଏହି ବାଲିଯାତ୍ରା ତିନି ବର୍ଷ ରେ ଥରେ ହୋଇଥାଏ ଏହି ବାଲିଯାତ୍ରା ରେ ନଅ ଦିନ ଆଗରୁ ଏକ ଗ୍ରାମର ନାଳରୁ ବାଲି ଆଣି ଥାଆନ୍ତି ଏହି ବାଲିକୁ ଯାନୀ ସାହିର ଯାନୀ ଘରେ ରଖି ବାଲି ଚାମୁଣ୍ଡା କରି ଥାଆନ୍ତି। ନୂଆ ଚାଙ୍ଗୁଡ଼ି, ପତ୍ର ରେ ଦନା ରେ ବାଲି ରଖି ବିହନ ଧାନ,ମାଣ୍ଡିଆ, ମକା,ସମସ୍ତ ପ୍ରକାର ମଞ୍ଜି କୁ ବୁଣି ଗଜା କରି ଥାଆନ୍ତି।ଏହି ବିହନ ରେ ପ୍ରତ୍ୟେକ ଦିନ ହଳଦୀ ପାଣି ଦେଇ ଥାଆନ୍ତି।ବାଲି ରାପି ବା ଠାରୁ ନଅ ଦିନ ଧରି ସଞ୍ଜ ବେଳଦୁ ଗ୍ରାମର ଯୁବକ ଯୁବତୀ ମହିଳା ପୁରୁଷ  ନାଚ କରି ଥାଆନ୍ତି।ଗ୍ରାମର ସମସ୍ତ ଜନସାଧାରଣ ଯାଇ ଦେଖିବାକୁ ଯାଇ ଥାଆନ୍ତି।ନବମ ଦିନରେ ଗ୍ରାମର ସମସ୍ତେ ବାହାରି  ଏକ ବିରାଟ ପଟୁଆରରେ ନାଚ,ଗୀତ,ଡେମସା,ସହ ପାରମ୍ପରିକ ବେଶଭୁଷା ରେ ସଜେଇ ହେଇ ଗ୍ରାମର ମହିଳା ଯୁବକ ଯୁବତୀ ମାନେ ବାଲି ଚାଙ୍ଗୁଡ଼ି ଧରି ଶୋଭା ଯାତ୍ର ବାହାରି ଥିଲା।ବାଲି ଯାତ୍ରା ରେ ଯାନୀ,ଗୁରୁମାଇ ଙ୍କ ନିର୍ଦ୍ଦେଶ ରେ ପୂଜାର୍ଚ୍ଚନା ହୋଇ ଥାଏ ।ଏହି କୁର୍ମାକୋଟ ର ବାଲିଯାତ୍ରା ରେ ସମସ୍ତ ଦଳ ର ନେତାମାନେ ପଟୁଆର ମାଧ୍ୟମରେ ଯାଇଥିଲେ।ଏଥିରେ ନବରଙ୍ଗପୁର ର ଯୋଜନା ବୋର୍ଡ ର ଅଧ୍ୟକ୍ଷ ମନୋହର ରନ୍ଧାରୀ,ମଞ୍ଜୁଳା ମାଝୀ,ସନ୍ତୋଷ ପାତ୍ର,ଧରଣୀ ସିଂହ, କଂଗ୍ରେସ ର ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଭୀମସେନ ପାଣିଗ୍ରାହୀ, ପ୍ରହଲ୍ଲାଦ ହିଆଲ, ପୂଜାରୀଗୁଡା ସରପଞ୍ଚ ଅନାଦି ନାୟକ,ସମିତି ସଭ୍ୟ ବିନୋଦୀନି ସିଂହ, କିଶୋର ସିଂହ, ସୁନିଲ ସିଂହ, ଉପସ୍ଥିତ ରହି ଜନସାଧାରଣ ସହ ବାଲିଯାତ୍ରା କୁ ସଫଳ କରିଥିଲେ।ଏହି ବାଲିଯାତ୍ରା ରେ  5 ହଜାର ରୁ ଉର୍ଦ୍ଧ୍ବ ଲୋକ ହୋଇଥିଲେ ବାଲିଯାତ୍ରା ପହଞ୍ଚି ସାରିବା ପରେ ପ୍ରବଳ ଜନ ଗହଳି ହୋଇଥିଲା। ଫଳରେ ବାଲିଯାତ୍ରା ରେ ଆସି ଥିବା ଦୂର ଦୁରାନ୍ତର ମହିଳା ପୁରୁଷ ଦୋକାନ ବଜାର ବହୁତ ସମାବେଶ  ହୋଇ ଥିଲେ।ରାତ୍ରରେ ମନରଞ୍ଜନ ଲାଗି ଦେଶିଆ କୋରାପୁଟିଆ ନାଟକ ପରିବେଷଣ ହୋଇଥିଲା ବାଲିଯାତ୍ରା ଶାନ୍ତିଶୃଙ୍ଖଳା ଯାତ୍ରା  ସରିଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ

Sunil Chandra Nayak

ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ବାବା ତିଲକା ମାଝୀ ଙ୍କ ୨୭୩ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!