ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

ଭବାନୀପାଟନା ତା. ୧୭.୧୨.୨୦୨୪ : କଳାହାଣ୍ଡିର କଳା, ସଂସ୍କୃତି, ଐତିହ, ପରମ୍ପରାର ର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2025 ଆସନ୍ତା ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଭବାନୀପାଟଣା ଓ 15 ରୁ 17 ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ , ଜିଲ୍ଲା ସଂସ୍କୃତି ପରିଷଦ, ଉତ୍ସବ ପାଳନ ସବକମିଟିର ଆବଶ୍ୟକ ପୂର୍ବ ପ୍ରସ୍ତୁତି ଜାରୀରହିଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ପ୍ରସାର ପ୍ରଚାର କମିଟିର ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ କଳାହାଣ୍ଡି ଉତ୍ସବ – ୨୦୨୫ କୁ ଅଧିକ ଆକର୍ଷଣୀୟ ଓ ସରସ ସୁନ୍ଦର ଭାବରେ ସମସ୍ତଙ୍କ ସହଯୋଗରେ କିପରି ବ୍ୟାପକ ପ୍ରସାର ପ୍ରଚାର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲାପାଳ ଶ୍ରୀ ଦର ୱାନ ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସବ ଆୟୋଜନ ରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରସାର ପ୍ରଚାର ନିମନ୍ତେ ବ୍ଲକସ୍ତରରୁ ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆବଶ୍ୟକ ପୋଷ୍ଟର , ବେନର, କଟ ଆଉଟ, ଗେଟ ଲଗାଯାଇ କିପରି ଜନସାଧାରଣଙ୍କୁ ଉତ୍ସବ ସମ୍ପର୍କିତ ବାର୍ତ୍ତା ,ସୂଚନା ଦିଆଯାଇପାରିବ ଓ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବେସରକାରୀ ଅନୁଷ୍ଠାନଙ୍କ କିପରି ପୂର୍ଣ୍ଣ ସହଯୋଗ ରହିବ ସେ ବିଷୟରେ ଆଲୋଚନା କରାଯାଇଥିଲା । 

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,କମିଟି ର ଅଧ୍ୟକ୍ଷ ଶାନ୍ତନୁ ବେହେରା, ହରଜିନ୍ଦର ସିଂ, ସ୍ଵାଧୀନ ପାତ୍ର, ମନମୋହନ ପ୍ରଧାନ, ନାରାୟଣ ପ୍ରସାଦ ନାଏକ, ବିକାଶ ଷଡଙ୍ଗୀ, ରାଜ କୁମାର ସିଂଦେଓ ଙ୍କ ସମେତ କମିଟି ର ଅନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ ଥିଲେ ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

ସଡକ ଦୁର୍ଘଟଣାରେ ମୃତ ବାରହା କୁ ପୋତିଲା ବନ ବିଭାଗ 

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ -୨୦୨୫-୨୬ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!