ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତି ମାସର ଏକ ତାରିଖ ଏବଂ ଷୋହଳ ତାରିଖରେ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗା ଅଭ୍ୟାସ ର ଶୁଭାରମ୍ଭ

ପ୍ରତି ମାସର ଏକ ତାରିଖ ଏବଂ ଷୋହଳ ତାରିଖରେ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୋଗା ଅଭ୍ୟାସ ର ଶୁଭାରମ୍ଭ

ଭବାନୀପାଟଣା: ତା 16/12 b// ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ,ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘ ର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶ ଙ୍କ ନିର୍ଦ୍ଦେଶ କ୍ରମେ ମାସ କୁ ଦୁଇ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, କଲେକ୍ଟରିଏଟ ଷ୍ଟାଫ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସମିତି ର ତତ୍ୱାବଧାନରେ ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ର ସହଯୋଗରେ ଯୋଗ ଅଭ୍ୟାସ କରିବେ ।ଏହି କ୍ରମରେ ଆଜି ସକାଳ ୭ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଯୋଗାଭ୍ୟାସ ର ଶୁଭାରମ୍ଭ କରିଥିଲେ।ଯୋଗଗୁରୁ ଅଶୋକ କୁମାର ମୁଣ୍ଡ ଙ୍କ ତତ୍ୱାବଧାନରେ ଯୋଗ ଅଭ୍ୟାସ ଆରମ୍ଭ ହୋଇଥିଲା। ଏହି ଯୋଗାଅଭ୍ୟାସ ପାଇଁ ନୋଡାଲ ଅଫିସର ଭାବରେ ନିୟୋଜିତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ନିହାରେନ୍ଦ୍ର ପଣ୍ଡା ଯୋଗାଭ୍ୟାସ ପରିଚାଳନା କରିଥିଲେ ।ଶୀତୁଆ ସକାଳ ର ଅତ୍ୟଧିକ ଶୀତ ପ୍ରବାହ ସତ୍ୱେ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା, ବହୁ ସଦସ୍ୟ , ଅଫିସର ଏବଂ ଷ୍ଟାଫ ଏହି ଯୋଗ ଅଭ୍ୟାସ ରେ ସାମିଲ ହୋଇଥିଲେ। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାରର ମାସିକ କାର୍ଯ୍ୟକାରିଣୀ ବୈଠକ

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

Sunil Chandra Nayak

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

masiha

Leave a Comment

error: Content is protected !!