ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

କନ୍ଧମାଳ:ତା, ୧୯/୧୨:(ମନିସ): ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ, ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ଗୁରୁବାର ଦିନ ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା, କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୋକାନୀ ଜଣକ ଯଦି ଓ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନୀ ଜଣକ ବାଟାଗୁଡା ପଞ୍ଚାୟତ ପାଲୁମକିଆ ଗାଁର ରତନ ଦିଗାଲ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଟୋ ଯୋଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତୀ କରାଇ ଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଥ‌ିବା ଜଣାପଡିଛି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ବାଲିଗୁଡ଼ା ପୁଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି । ବର୍ତ୍ତମାନ ଏଭଳି ଦୁର୍ଘଟଣା ହେବା ପରେ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହେଉଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ବ ଦିବସ ପାଳିତ

masiha

ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ଜାତୀୟ ପତାକା

Sunil Chandra Nayak

Leave a Comment

error: Content is protected !!