ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟରେ ଏକ ଘଣ୍ଟା ପାଇଁ ଶ୍ରମଦାନ ତଥା “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍) ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ ଯୋଗଦେଇ କାର୍ଯକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ସ୍ବଚ୍ଛତା ଉପରେ ଆଲୋକପାତ କରିଥିଲେ l ଏଥିରେ ଜାତୀୟ ସେବା ଯୋଜନାର ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ସ୍ବଚ୍ଛତା ରହିବା ଓ ନିଜ ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଏଥିରେ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ଚମ୍ପୁଲାଲ ରଣା, ଡୋଳେଶ୍ୱର ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଜପୁର ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ପୁଣି ଠୁମକା ମାରିଲେ ଜୁନାଗଡ଼ ବିଧାୟକ

masiha

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

ରାୟଗଡ଼ ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

Leave a Comment

error: Content is protected !!