ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ: ତା ୧୯-/୧୨ // ଆଜି ଅପରାହ୍ନ ଘ ୩-୩୦ ମିନିଟ ସମୟ ରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପ୍ରଧାନ ଭା. ପ୍ର.ସେ. ଙ୍କ ସଭାପତିତ୍ବ ରେ ରାଇରଙ୍ଗପୁର ଉପଖଣ୍ଡ ରେ ଆଗାମୀ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି.।ପ୍ରାରମ୍ଭ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସଭା ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରିଥିଲେ.।

ଏହା ପରେ ଏହି ଜାତୀୟ ଦିବସ କୁ ଉପଖଣ୍ଡ ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗ ରେ ପାଳନ କରିବା ପାଇଁ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା. ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ଗଠନ , ଦିବସ ପାଳନ ଦିନ ଡାକବାଜି ଯନ୍ତ୍ର ଯୋଗେ ସହରାଞ୍ଚଳ ରେ ରାମଧୂନ ପରିବେଷଣ, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ, ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା, ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା,ଜାତୀୟ ସଂଗୀତ ପରିବେଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ, ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ, ଦିବସ ପାଳନ ଦିନ ଉପଖଣ୍ଡ ଚିକିତ୍ସାଳୟର ରୋଗୀ ଏବଂ ଉପ-କାରଗାର ର ଅନ୍ତେବାସୀ ମାନଙ୍କୁ ଫଳ-ବିସ୍କୁଟ ବଣ୍ଟନ ଓ ଆନୁଷ୍ଠାନିକ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ପ୍ୟାରେଡ ଦଳଙ୍କୁ ବିସ୍କୁଟ-ଲଡ଼ୁ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେବା ସହିତ ଉପଖଣ୍ଡ ସ୍ତରୀୟ ଏହି ଜାତୀୟ ଦିବସ କୁ ସୁନ୍ଦର, ଆକାର୍ଷଣୀୟ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ.।

ଅନୁଷ୍ଠିତ ଉକ୍ତ ବୈଠକ ରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ଯୋଗ ଦେଇଥିବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ପଦାଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନ ସି ସି ଅଧକାରୀ,ବରିଷ୍ଠ ନାଗରିକ,ଆଇନଜୀବୀ,ସହର ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବୈଠକ ପରିଚାଳନା ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ସହଯୋଗ କରିଥିଲେ.।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Sunil Chandra Nayak

ବିଜେପୁର, ସିକେରକୁପା ସେକ୍ସନ ପାଲଟିଛି ଦୁର୍ନୀତିର ଗନ୍ତାଘର  ଜୟପାଟଣାରେ ପରେ ଲାଞ୍ଜିଗଡ ବ୍ଲକରେ ବଢିଲା ଇଡି ରେଡ ଆଶଙ୍କା 

masiha

Leave a Comment

error: Content is protected !!