ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା (୩୦୦୦-୩୫୦୦) ଟଙ୍କାକୁ ବ୍ରୁଦ୍ଧି କୁ ନେଇ ବୈଠକ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା (୩୦୦୦-୩୫୦୦) ଟଙ୍କାକୁ ବ୍ରୁଦ୍ଧି କୁ ନେଇ ବୈଠକ

ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଦେଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା (୩୦୦୦-୩୫୦୦) ଟଙ୍କାକୁ ବ୍ରୁଦ୍ଧି କରିବା ସକାଶେ ଆଜି ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୨୦ ର ଭତ୍ତା ହିତାଧିକାରୀଙ୍କୁ ନେଇ ମନ୍ଦାରବଗିଚାପଡା ଦୂର୍ଗା ମଣ୍ଡପଠାରେ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ତରଫରୁ ଏକ ବୈଠକ ହୋଇଯାଇଅଛି । ଯଦି ସରକାର ଇଂରାଜୀ ନବ ବର୍ଷ ୨୦୨୫ ଭିତରେ ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ସଜବାଜ ଚାଲିଛି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି । ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ଭତ୍ତାଧିକାରୀଙ୍କ ସଭାପତି ନିରୋଦ କୁମାର ରାଉତ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉଦବୋଧନ ଦେଲେ । ସଦସ୍ଯ ବିଶ୍ୱନାଥ ବାଗଙ୍କ ନେତୃତ୍ବରେ ସଭା ହେବା ସହ ସୁଭାସିନୀ ରଣା, ପୁର୍ଣ୍ଣ ଚନ୍ଦ୍ର ଗଉଡ, ଅକ୍ରୁର ବାଗ, ଉମାକାନ୍ତ ବାଗ, ନିରଞ୍ଜନ ନାଗ, ମିନାକ୍ଷୀ ନାୟକ ଓ ଶଶୀ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ।

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଶେଷରେ ମୁକୁଳିଲା ବନ୍ଧା ପଡ଼ିଥିବା ସାର୍ଟିଫିକେଟ୍

Sunil Chandra Nayak

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା : ଉପଜିଲ୍ଲାପାଳ ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!