ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

ପଦ୍ମପୁର,୨୦ ୵ ୧୨ // ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ସ୍ୱର୍ଗତ ଲଲିତ ମୋହନ ପାଣୀଙ୍କ ଶୁକ୍ରବାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ସ୍ୱର୍ଗତ ଶ୍ରୀ ପାଣୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା। ସ୍ୱର୍ଗତ ପାଣୀ ଜଣେ ପରୋପକାରୀ,ଭୁଦାନ ସଂଗ୍ରାମ,ଗାଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଡ଼ିତ ରହି ଜଗନ୍ନାଥ ମନ୍ଦିର ନିର୍ମାଣ ରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ଜଣେ ସମାଜସେବୀ ଭାବରେ ଅଞ୍ଚଳରେ ବେଶ ଜଣା ଶୁଣାଥିଲେ। ସେ ମାନବ ସେବା ହିଁ ମାଧବ ସେବାରେ ଜୀବନ ବ୍ୟାପି ବ୍ରତ ରହି ଗରିବ ରୋଗୀ ମାନଙ୍କୁ ନିଜ ଖର୍ଚ୍ଚରେ ଔଷଧ ପତ୍ର ଯୋଗାଇ ଦେବ ଥିବା ବେଳେ ଶିକ୍ଷା ପ୍ରତି ଗୁରୁତ୍ବ ଦେବା ସହ ନିଜ ଗାଁ ତଥା ସ୍କୁଲ ର ଉନ୍ନତି ଦିଗରେ ବେଶ୍ ଯତ୍ନବାନ ଥିଲେ। ସ୍ୱର୍ଗତ ପାଣୀ ତିନି ଦଶଦ୍ଧି ଯୁଗ ପୁରୁଷ ସମାଜସେବୀ ସାମ୍ବାଦିକ ସ୍ବର୍ଗତ ଭଗବାନ ପାଣୀଙ୍କ ଏକ ମାତ୍ର ପୁତ୍ର ଅଟନ୍ତି। ଅନୁଷ୍ଠିତ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ଉତ୍ସବରେ ସାମ୍ବାଦିକ ରମେଶ ବାରିକ,ସୁରଥ ସାହୁ,ଧିରେନ ମହାନ୍ତି,ମାନସ ନାଏକ, ଗୋରେଖନାଥ ବରିହା,ଡଃ ଲମ୍ବୋଦର ପଣ୍ଡା,ସରୋଜ ସାମଲ ,ଡଃ ବିଶ୍ଵନାଥ ବେହେରା, ନୃସିଂହ ପଟ୍ଟନାୟକ, ମନୋଜ ମେହେର, ଡଃ ବୁଲୁ ବାରିକ, ଦୁଷ୍ମନ୍ତ ଖମାରୀ, ବ୍ରଜକିଶୋର ଜେନା, ନରେନ୍ଦ୍ର ମହାନ୍ତି, ରାଜେନ୍ଦ୍ର ସେଠ, ଇନ୍ଦ୍ରଜିତ ଭୋଇ, ଡଃ ଦେବଦତ୍ତ ମହାନ୍ତି,ବିଜୟ ମହାନ୍ତି,ଗୋପାଳ ପାଣ୍ତେ,ଦିବ୍ଯ ହଂସ,ଗୋବିନ୍ଦ ପଟେଲ,ପ୍ରଭାତୀ ପଟ୍ଟନାୟକ ପ୍ରମୁଖ ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ସ୍ମୁତି ଚାରଣ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । 

ନିରୋଜ କୁମାର ପାଣୀ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

କଳାକାର ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ମୋ ଅନୁଷ୍ଠାନ ସମ୍ପାଦକଙ୍କ ବ୍ରହ୍ମପୁର ଗସ୍ତ 

masiha

Leave a Comment

error: Content is protected !!