ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଦେବାହାଲ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ 

କାଦେବାହାଲ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ 

ରାଉରକେଲା: କାଦେବାହାଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସେଠୀ ଙ୍କ ସଭାପତିତ୍ବ ଓ ସୁରେଶ କୁମାର ମହାନ୍ତି ଙ୍କ ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ, ଶିକ୍ଷାବିତ୍ ନିରୁପମା ପତି ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ଯୁକ୍ତ ତିର୍କୀ ତାଙ୍କ ବକ୍ତବ୍ୟରେ ଆଜିର ଶିଶୁ ମାନଙ୍କର ଭବିଷ୍ୟତ ସମାଜ ର କର୍ଣ୍ଣଧାର ଭାବେ ଏ ଦେଶରେ ଜଣେ ଜଣେ ଉତ୍ତମ ଛାତ୍ର ଛାତ୍ରୀ ହେବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଵକ୍ତା ଭାବରେ ସାହିତ୍ୟିକା ତଥା ଶିକ୍ଷାବିତ୍ ଶ୍ରୀମତୀ ପତି ବିଭିନ୍ନ ଉଦାହରଣ,ଗଳ୍ପ ମାଧ୍ୟମ ରେ ବିଦ୍ୟାର୍ଥୀ ଙ୍କ ଲକ୍ଷଣ,ଶିକ୍ଷାର ଆଭିମୁଖ୍ୟ,ସମାଜ ଗଠନରେ ଛାତ୍ର ର ଭୂମିକା, ଭବିଷ୍ୟତ ଯୁବପିଢୀ ଙ୍କର ସମାଜ ସହିତ ସମ୍ପର୍କ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଅନୁଶାସନ ହୀନ ଜୀବନ ପଶୁ ତୁଲ୍ୟ। ସୁସ୍ବାଦୁ ତରକାରୀ ରେ ଲୁଣର ଆବଶ୍ୟକତା ଯେପରି ଛାତ୍ର ଛାତ୍ରୀ ଙ୍କ ଜୀବନ ରେ ଅନୁଶାସନ, ଆତ୍ମସମୀକ୍ଷା, କଠିନ ପରିଶ୍ରମ ଠିକ୍ ସେମିତି। ନଚେତ୍ ପିଲା ମାନଂକ ର ଆତ୍ମପ୍ରଵଣ , ହତ୍ୟା, ଲୁଣ୍ଠନ, ଅପରାଧ କୁ ବଢେଇ ଦିଏ। ଏହା ଲକ୍ଷ୍ୟଚ୍ୟୁତ କରାଏ। ନିଜର ସମୟ କୁ ସୋସିଆଲ ମିଡିଆ, ଭିଡିଓ ଗେମ୍ ରେ ନଷ୍ଟ ନ କରି ନିଷ୍ଠା ଵାନ ହେବା ଆଵଶ୍ୟକ ବୋଲି ମତ ରଖିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସୁନ୍ଦର ନୃତ୍ୟ, ନାଟକ ଇତ୍ୟାଦି ପରିବେଷଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ସମ୍ମାନିତ ଅତିଥି ବ୍ଲକ ସଭାପତି ଜ୍ୟୋତି କେରକେଟା, କାଦୋଵାହାଲ ଗୋଷ୍ଠୀ ଉନ୍ନୟନ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଚିତ୍ତରଞ୍ଜନ ସାହୁ, ପଞ୍ଚାୟତ ସରପଞ୍ଚ ମମତା କିଣ୍ଡୋ, କମିଟି ସଭାପତି ଜଗନ୍ନାଥ କୁକୁର ତଥା ଅନ୍ୟମାନେ ଯୋଗଦାନ କରିଥିଲେ। ବାର୍ଷିକ କ୍ରୀଡା ଅବସର ରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ପର୍ବ ରଖାଯାଇଥିଲା। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସାଲେନ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ମାନଙ୍କୁ ନେଇ ନୂଆଁଖାଇ ଭେଟଘାଟ ସଭା ଓ ଏକ ଦିନିଆ ତାଲିମ ଶିବିର ଆୟୋଜିତ

Sunil Chandra Nayak

ତିନି ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ ପାଇଁ ପୋଷ୍ଟମର୍ଟମ ସେଣ୍ଟର , ସ୍ଥାପନ ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!