ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

ବସ୍ତା,୨୦/୧୨ ବାଲିଆପାଳ ସୁବର୍ଣ୍ଣ ରେଖା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରିଡ଼ା ଉତ୍ସବ ଶୁକ୍ରବାର ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସର ରେ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଚୟ କୁମାର ଜେନା ମସାଲ ଜାଣି ଉଦଘାଟନ କରିବା ସହିତ ଖେଳ ପିଲାମାନଙ୍କର ଶାରୀରିକ, ମାନସିକ, ଆଧ୍ୟାତ୍ମିକ କ୍ଷେତ୍ରରେ ରେ ଭୂମିକା ଅତୁଳନୀୟ ବୋଲି କହିଥିଲେ। ସରକାର କ୍ରୀଡ଼ା କୁ ପାଠ୍ୟକ୍ରମ ରେ ସାମିଲ କରିବା ଏକ ଉଚିତ ପଦକ୍ଷେପ , ବିଦ୍ୟାଳୟ ସ୍ତର ଖେଳରୁ ପିଲା ମାନେ ରାଜ୍ୟ ତଥା ଦେଶ ବିଦେଶରେ ଖେଳିବାର ସୁଯୋଗ ପାଉଛନ୍ତି।।ପ୍ରତିଯୋଗିତାର ୬୦୦ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର କ୍ରୀଡାର ଭାଗ ନେଇଛନ୍ତି।ଏହି କ୍ରୀଡ଼ା ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବ। କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବାର୍ଷିକୀ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ସୁଚନା ଦେଇଛନ୍ତି। ଖେଳ ଶିକ୍ଷକ ଅମରେନ୍ଦ୍ର ପାତ୍ର, ପ୍ରଭାକର ପାଳ ଆର୍ଶୀବାଦ ବାରିକ, ରାଜେଶ କୁମାର ପାତ୍ର, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଶିକ୍ଷକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସାବା ରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

masiha

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

ଯୋରୋ ପଡା ବେଡାଭଟା ଜେ ପି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!