ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧୂମାଭଟା ଗାଁରେ କବାଡି ପ୍ରତିଯୋଗିତା….. ବେଲପଡା କୁ ହରାଇ ପାଟଣାଗଡ଼ ଦଳ ଚମ୍ପିୟାନ 

ଧୂମାଭଟା ଗାଁରେ କବାଡି ପ୍ରତିଯୋଗିତା….. ବେଲପଡା କୁ ହରାଇ ପାଟଣାଗଡ଼ ଦଳ ଚମ୍ପିୟାନ 

ବେଲପଡା, ତା, 20/12(ନିପ୍ର ) ବେଲପଡା ବ୍ଲକ ଧୂମାଭଟା ଗାଁର ଖେଳ ପଡିଆ ଠାରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁପରିଷଦ ତରଫରୁ ଏକ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଯେଉଁଥିରେ ଜିଲ୍ଲା ର 8 ଦଳ ଅଂଶ ଗ୍ରାହଣ କରିଥିଲେ |ଫାଇନାଲ ଖେଳ ଟି ପାଟଣାଗଡ଼ ଓ ବେଲପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଯେଉଁଥିରେ ବେଲପଡା 15 ପଏଣ୍ଟ ଓ ପାଟଣାଗଡ଼ ଦଳ 31 ପଏଣ୍ଟ ପାଇ ଚମ୍ପିୟାନ ହୋଇଥିଲେ |ବେଲପଡା ପ୍ରଖଣ୍ଡ ତରଫରୁ ସଂସ୍କାର ସପ୍ତାହ ପାଳନ ଉପଲକ୍ଷେ ଏହି ଖେଳ ଆୟୋଜନ କରାଯାଉଥିବା ବେଳେ ହଜି ଯାଉଥିବା କବାଡି ଖେଳ କୁ ଗ୍ରାମାଞ୍ଚଳ ରେ ଖେଳ ର ବିକାଶ ସହ ଖେଳାଳି ମାନଙ୍କ ଉତ୍ସାହ ବଢାଇବା ପାଇଁ ଖେଳ ଆୟୋଜନ ହୋଇଥିବା ଜଣାପଡିଛି |ତେବେ କେମିତି ଗାଁ ସ୍ତରରେ ଖେଳ ମାନଙ୍କୁ ସୁବିଧା ସୁଯୋଗ ସହ ଖେଳ ର ମାନ କୁ ବୃଦ୍ଧି କରାଯିବ ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ |ଏଥିରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳ ର ସହ ସମ୍ପାଦକ ସୌମ୍ୟ ରଞ୍ଜନ ମିଶ୍ର ଉପସ୍ଥିତ ଥିବାବେଳେ ସମ୍ମାନିୟ ଅତିଥି ଭାବେ ଧୂମାଭଟା ସରପଞ୍ଚ ବନମାଳୀ ନାଏକ, ସାମ୍ବାଦିକ କରୁଣାକର ବୁଡ଼େକ, କୋଶଲ ନେତା ଜନାର୍ଦ୍ଦନ ସିଂ, ଅଚ୍ୟୁତ ସିପୁନ ଖାମରି, ଜିତୁ ନାଏକ, ନଟବର ମହାନନ୍ଦ ପ୍ରମୁଖ ମଞ୍ଚାସିନ ହୋଇ ବିଜେତା ଦଳ ମାନଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଧାନ କରିଥିଲେ |ସଚିନ ବୁଡ଼େକ,ହୃଷିକେଶ ବୁଡ଼େକ,ଚନ୍ଦନ ବୁଡ଼େକ, ରାଜେଶ ବୁଡ଼େକ, ଭୋଜରାଜ ରଣା, ନବୀନ ବୁଡ଼େକ ପ୍ରମୁଖ ସହଯୋଗ କରିଥିଲେ | ହୃଦାନନ୍ଦ ବାରିକ ଖେଳ ପରିଚାଳନା କରିଥିଲେ ସୁରେଶ ଡାଙ୍ଗ ଖେଳ ପରିଚାଳନା କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

Sunil Chandra Nayak

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

masiha

୨୪ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!