ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକର ପଛକୁ ଧକ୍କା ଦେଲା ଟ୍ରକ , ୧ମୃତ ଓ ୧ଗୁରୁତର 

ବାଇକର ପଛକୁ ଧକ୍କା ଦେଲା ଟ୍ରକ , ୧ମୃତ ଓ ୧ଗୁରୁତର 

ବସ୍ତା ,୨୧।୧୨: ବାଲେଶ୍ୱର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ହଳଦୀପଦା ଗେମନ ବ୍ରିଜ ନିକଟରେ ବାଇକ ପଛକୁ କୌଣସି ଏକ ଅଜଣା ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର ସକାଳ ପ୍ରାୟ ୮ଟା ସମୟରେ ଭୋଗରାଇ ଥାନା ଅନ୍ତର୍ଗତ ନାଇଦୋଳି ଅଞ୍ଚଳର ବଳରାମ ଦାସ ଅଧିକାରୀ ଏବଂ ଦିଲ୍ଲୀପ କୁମାର ପଣ୍ଡା ଦୁହେଁ ଏକ ବାଇକ (ଓଡ଼ି ୦୧ଏ ଏଫ୍ ୫୦୩୮) ଯୋଗେ ଏକ ମହୋତ୍ସବ ଭୋଜି ରୋଷେଇ ନିମନ୍ତେ ଚାନ୍ଦିପୁରକୁ ଯାଉଥିଲେ।ଏହି ସମୟରେ ହଳଦୀପଦା ଗେମନ ବ୍ରିଜ ନିକଟରେ ପଛରୁ ଦ୍ରୁତଗତିରେ ଆସୁଥିବା କୌଣସି ଏକ ଅଜଣା ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଦୁହେଁ ବାଇକରୁ ଦୂରକୁ ଛିଟିକି ପଡ଼ିବାରୁ ବଳରାମଙ୍କ ମୁଣ୍ଡ ଉପର ଦେଇ ଟ୍ରକର ଚକା ଅତିକ୍ରମ କରିବା ଯୋଗୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀପ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ସମେତ ହଳଦୀପଦା ଫାଣ୍ଡି ଅଧିକାରୀ ସନାତନ ବିଶ୍ବାଳ ଘଟଣା ସ୍ଥଲରେ ପହଞ୍ଚି ମୃତଦେହ ଜବତ ସହ ଦିଲ୍ଲୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ୫୦୫/୨୪ ମୂଳେ ଏକ ମାମଲା ରୁଜୁ କରି ବ୍ୟବଚ୍ଚେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ପୁଲିସ ଉକ୍ତ ଟ୍ରକଟିର କୌଣସି ପତ୍ତା ପାଇ ନଥିବା ଜାଣିବାକୁ ମିଳିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲିଆପାଳ ସ୍ବାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡ଼ିୟମରେ ୭୭ ତମ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!