ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କାମାକ୍ଷାନଗର (ମନିସ )21/12/24 କାମାକ୍ଷାନଗର ବ୍ଲକ ପକ୍ଷରୁ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ସରକାରଙ୍କ ପକ୍ଷରୁ ଭିର୍ନକ୍ଷମ ମାନଙ୍କ ପାଇଁ ଦିଆଯାଉଥିବା ସୁବିଧା ଉପରେ ଆଲୋକପାତ କରିଥିଲେ l ତହସିଲଦାର ପ୍ରିୟବ୍ରତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ରଣଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଶିବିରରେ ୧୧୫୯ ଜଣଙ୍କୁ ପଞ୍ଜିକରଣ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଡ଼ାକ୍ତର ମାନେ ଉପସ୍ଥିତ ରହି ପରୀକ୍ଷା କରିବାସହ,ସେଥି ମଧ୍ୟରୁ ଆଖି ବିଭାଗରେ ୧୨୪ ଜଣ,ଗଳା ନାଶା କାନ ବିଭାଗରେ ୧୫୯ ଜଣ,ମାନସିକ ବିଭାଗରେ ୩୪୪ ଜଣ,ଅସ୍ଥିଶଲ୍ୟ ବିଭାଗରେ ୫୧୫ ଜଣ ଙ୍କ ର ପରୀକ୍ଷା କରାଯାଇ ଆନୁସାଙ୍ଗିକ ବ୍ୟବସ୍ଥା କରଯାଇଥିଲା l ଢେଙ୍କାନାଳ ଜିଲ୍ଲା ମଙ୍ଗଳ ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l ଏହି ଶିବିରରେ ଦୁରଦୂରାନ୍ତରୁ ଆସିଥିବା ହିତାଧିକାରୀ ଙ୍କ ପଞ୍ଜିକୃତ କରିବା, ସେମାନଙ୍କୁ ସଠିକ ଭାବେ ପରୀକ୍ଷା ନକରିବା ଆଦି ନେଇ ହିତାଧିକାରୀ ଙ୍କ ସହିତ ଆସିଥିବା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

Sunil Chandra Nayak

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

masiha

ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!