ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ 

ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ 

ରାଉରକେଲା, ୨୧୲୧୨: ବେଦବ୍ୟାସ ସ୍ଥିତ ଏସ୍.ଟି.ଡ଼ି.ଏ. ଭି. ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି lଏହି ଅବସରରେ ସଫଳତା ଜୀବନର ଲକ୍ଷ୍ୟସ୍ଥଳ ନୁହେଁ,ଏହା ଏକ ଦୀର୍ଘଯାତ୍ରା ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଛନ୍ତି l 

         ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ମାଝୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ l ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଉମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିବା ସହିତ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ସେ ନିଜ ବକ୍ତବ୍ୟରେ କହିଲେ ଯେ,ଛାତ୍ର ଜୀବନ ଭବିଷ୍ୟତ ଗଢ଼ିବାର ଉପଯୁକ୍ତ ସମୟ ଓ ଏହି ସମୟରେ ସେମାନେ ଅବସାଦ ଠାରୁ ଦୂରେଇ ରହିବା ଉଚିତ୍ l ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ଉନ୍ମୋଚନ କରିବାକୁ ପଡ଼ିବ l ସେହି ଅନ୍ତର୍ନିହିତ ପ୍ରତିଭାର ପ୍ରକୃତ ଚିହ୍ନରା ହେଉଛନ୍ତି ଶିକ୍ଷକ ଓ ଅଭିଭାବକ l ଏହା ଛଡ଼ା ଡଃ.ପଣ୍ଡା କୃତ୍ରିମ ବୁଦ୍ଧିମତ୍ତା ଉପରେ ବୁଝାଇଥିଲେ l ମୁଖ୍ୟବକ୍ତା ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିଶୁ-ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ କହିଲେ ଯେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ l ଛାତ୍ରଛାତ୍ରୀମାନେ ଆଳସ୍ୟ ଓ ଅନ୍ୟମନସ୍କତାର ବଳୟରେ ଛନ୍ଦି ହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇଯିବେ l କର୍ମନିଷ୍ଠା ଓ ସମୟାନୁବର୍ତ୍ତିତା ସେମାନଙ୍କ ମୁଖ୍ୟ ଅବଲମ୍ବନ ହେବା ଆବଶ୍ୟକ l ସେମାନେ ନୂଆ ସମ୍ଭାବନା ହୋଇଥିବାରୁ ଉତ୍ସର୍ଗ, ସଂକଳ୍ପ ଓ ସଦାଚାର ବଳରେ ପ୍ରଗତି ପଥରେ ଦେଶକୁ ଅଗ୍ରସର କରାଇ ପାରିବେ ବୋଲି ମୁଖ୍ୟବକ୍ତା ଶ୍ରୀ ବାରିକ କହିଥିଲେ l ଅନ୍ୟତମ ସମ୍ମାନିତ ବକ୍ତା ଅବସରପ୍ରାପ୍ତ ଗଣିତଶିକ୍ଷକ ମନୋଜ ମିଶ୍ର ଓ ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ବନ୍ଧନା ଟପୋ ପିଲାମାନଙ୍କୁ ସଫଳ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ପାରିକ, ବେରତିଲା ତିର୍କୀ, ଗାୟତ୍ରୀ ବଡାଇକ, ସ୍ମୃତିରେଖା ମହାପାତ୍ର,ସୁସାରି ଗୁଡ଼ିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l ମଞ୍ଚାସୀନ ଅତିଥିବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l      ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଅଞ୍ଜୁ ମୁଣ୍ଡା,ପୂଜା ବାରିକ ଓ ବିଜୟଲକ୍ଷ୍ମୀ ସାହୁ ସ୍ଵାଗତ ଗୀତିକା ଗାନ କରିଥିଲେ l ବେରତେଲା ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଜ୍ଞାନ ଶିକ୍ଷକ ବିପ୍ଳବ କେଶରୀ ସାମଲ ମଂଚ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷୟିତ୍ରୀ ଗାୟତ୍ରୀ ବଡ଼ାଇକ ଧନ୍ଯବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

masiha

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

Leave a Comment

error: Content is protected !!