ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

 ମୟୂରଭଞ୍ଜ ୨୧/୧୨- ( ମସିହା )ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ସମ୍ଭାବନା” ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ବିନୟ ରଞ୍ଜନ ନାଏକଙ୍କ ସଭାପତିତ୍ବରେ ଏବଂ ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ଅଧିବେଶନ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୌମ୍ୟରଞ୍ଜନ ପ୍ରଧାନ ଉପଜିଲ୍ଲାପାଳ ବାମନଘାଟୀ, ସମ୍ମାନୀତ ଅତିଥି ଭାବେ ଯଜ୍ଞେଶ୍ବର ଜେନା ବି. ଇ. ଓ ରାଇରଙ୍ଗପୁର, ମନୋରଞ୍ଜନ ଗିରି ପ୍ରଧାନ ଶିକ୍ଷକ ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟ, ଡ. ସ୍ବଂୟମ୍ବର ସିଂହ ସଭାପତି ପୁରାତନ ଛାତ୍ର ସଂଘ, ଦିଲ୍ଲୀପ କୁମାର ମହାନ୍ତି ବିଶିଷ୍ଟ ଶିକ୍ଷାବିତ୍, ନିହାରକାନ୍ତି ମଣ୍ଡଳ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ କାର୍ତ୍ତିକ ଚନ୍ଦ୍ର କରୁଆ ଏ. ବି. ଓ. ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟର ଛାତ୍ର ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା। ପୂର୍ବରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଶ୍ଲୋକ ଆବୃତ୍ତି,କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ସୁନୀଲ କୁମାର ବିଶ୍ବାଳ ପରିଚାଳନା କରିଥିଲେ।ଅପରାହ୍ନରେ ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ ରଞ୍ଜନ ନାଏକ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ସ୍ବତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ, ବିଶିଷ୍ଟ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ଆ. ଟି. ଡି. ଏ ରାଇରଙ୍ଗପୁର ପରୀକ୍ଷିତ ଦାଶ, ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରିଷିପ୍ରଭା ମହାନ୍ତ, ବିଶିଷ୍ଟ ସାରସ୍ଵତ ସାଧକ ହରେ ନ୍ଦ୍ର ନାରାୟଣ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିହାରକାନ୍ତି ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥି ମାନେ ଗୁରୁମାନଙ୍କର ମହିମା ବର୍ଣ୍ଣନା କରିବା ପୂର୍ବକ ବୈଷୟିକ ଜ୍ଞାନ ସହିଦ ନୈତିକତା ଜ୍ଞାନର ମିଶ୍ରଣ କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଉତ୍ସବରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୨୦୭ ରେଙ୍କ ହାସଲ କରିଥିବା ବିଦ୍ୟାଳୟର ପୁରାତନ ଛାତ୍ର ଅରୁଣାଂଶୁ ନନ୍ଦ, ସଂଗୀତ ଗୁରୁ ସୁବାସ ଚନ୍ଦ୍ର ପାତ୍ର, ନୃତ୍ୟ ଗୁରୁ ମନୋଜ କୁମାର ମଲ୍ଲିକ, ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ର ସୁମନ୍ତ ମହାନ୍ତଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା।ପରେ ପରେ ଛାତ୍ରମାନଙ୍କ ଦ୍ଵାରା ନୃତ୍ୟ ଗୀତର ବର୍ଣ୍ଣାଢ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଚଳିତ ବର୍ଷ ପାଇଁ ସୁବର୍ଣ୍ଣ ରେଖା ହାଉସ ଚମ୍ପିଆନ୍ ହୋଇଥିବାବେଳେ ବୈତରଣୀ ହାଉସ ରନର୍ସ ଅଫ ହାଉସ ଭାବରେ ପୁରସ୍କୃତ ହୋଇଛନ୍ତି। ଏନ. ସି. ସି, ଜୁନିୟର ରେଡକ୍ରସ, ସ୍କାଉଟ୍, କ୍ରୀଡା ବିଭାଗର ସର୍ବୋତ୍ତମ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା, କୌଶଳୀ କ୍ଲବ ର ସର୍ବୋତ୍ତମ ଛାତ୍ର, ବାଷିର୍କ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର , ସର୍ବୋତ୍ତମ ଛାତ୍ର ଓ ଉତ୍ତମ ସେଚ୍ଛାସେବୀ ଭାବେ ମଧ୍ୟ ଛାତ୍ର ମାନେ ପୁରସ୍କୃତ ହୋଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

“Fake Caste Certificates Rob Constitutional rights of SCs & STs..MP Niranjan Bishi Demands Crackdown”

Sunil Chandra Nayak

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

Leave a Comment

error: Content is protected !!