ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

 ମୟୂରଭଞ୍ଜ – ୨୧/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ ଇତିମଧ୍ୟରେ “ଫିଟ ଇଣ୍ଡିଆ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ବିବିଧ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଆୟୋଜିତ ହୋଇଯାଇଥିବା ପ୍ରତିଯୋଗିତାଗୁଡିକର ଉଦଯାପନ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।

 କାର୍ଯ୍ୟକ୍ରମ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ, ପୋଷ୍ଟର ତିଆରି, ଜେଭେଲିନ ଫିଙ୍ଗିବା, ଡିସ୍କସ ଫିଙ୍ଗିବା, ଦୌଡ଼, ସାଇକେଲ ଚାଳନା, କୌତୁକ କ୍ରୀଡ଼ା ପ୍ରଭୃତି ପ୍ରତିଯୋଗିତାମାନ ସ୍ଥାନ ପାଇଥିବା ବେଳେ ଯୋଗ ଓ ଧ୍ୟାନର ଅଭ୍ୟାସ ଏବଂ ଫିଟ ଇଣ୍ଡିଆ ପ୍ରତିଜ୍ଞା ମଧ୍ୟ୍ୟ କରାଯାଇଥିବା ଜଣାଯାଇଛି। ଏହି ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସମାବେଶରେ ପୁରସ୍କୃତ କରାଯାଇଛି।

କଲେଜର ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର “ଉଦଯାପନୀ ଉତ୍ସବ”ରେ ସମ୍ମାନିତ ଅତିଥି ଭାବେ କନ୍ୟା କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟର I/c ପ୍ରଧାନ ଶିକ୍ଷକ ଯୋଗେଶ୍ୱର ବେହେରା ଯୋଗ ଦେଇ ଫିଟ ଇଣ୍ଡିଆ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ନୋଡାଲ ଅଫିସର ଅଧ୍ୟାପକ ଅଜୟ କୁମାର ଗିରି ଫିଟ ଇଣ୍ଡିଆର ଅଭିମୁଖ୍ୟ ନେଇ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଶଶିକାନ୍ତ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅଧ୍ୟାପକ ଅନୀଲ କୁମାର ଗିରି, ରୂପ ନାରାୟଣ ମାଝୀ, ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଶେଷତ୍ୱ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। 

   ଶେଷରେ ଅଧ୍ୟାପକ ସଞ୍ଜୀବ କୁମାର ଗିରି ଧନ୍ୟବାଦ ଦେବା ସହ ଫିଟ ଇଣ୍ଡିଆ ସମ୍ପର୍କିତ କାର୍ଯ୍ୟକ୍ରମଚୟରେ ଅଧିକରୁ ଅଧିକ ରୁଚି ନେବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମଗୁଡିକରେ କଲେଜ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ସୁଦୀପ ସରକାର, ମାୟାଧର ସି, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ପାଇଲେ ରଫଖାତା ପରିବାର ଆୱାର୍ଡ -2023

Sunil Chandra Nayak

ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଥୋତ୍ସବ

masiha

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!