ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

ବନ୍ଧୁଗାଁ ତା,୨୧/୧୨/୨୪, ବନ୍ଧୁଗାଁ ଥାନା ଅନ୍ତର୍ଗତ ଆଲମଣ୍ଡା ଠାରେ ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ଗ୍ରାମ ନିକଟ କଣ୍ଡାନାଁ ମନ୍ଦିର ପାଖ ଜଙ୍ଗଲ ଭିତରେ ଏକ ଗଛରେ ରସି ଲାଗିଥିବା ଅବସ୍ଥାରେ ଝୁଲନ୍ତା ମୃତ୍ୟୁ ଦେହ। ପ୍ରାଥମିକ ସୂଚନା ଯେ ଉକ୍ତ ବ୍ୟକ୍ତି ଜଣକ ହେଲେ ଅଲ୍ଲିକ ଲାଛା ବୟସ ୪୭।ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଥିବା ଥିବା ବେଳେ ୫ବର୍ଷ ହେବ କପଡା ବେପାର କରୁଥିଲେ। ଆଜି ମଧ୍ଯ ସକାଳେ ନିଜ ଗ୍ରାମ ଆଲୋମଣ୍ଡା ରୁ କୁମ୍ଭାରୀପୁଟ ବଜାର କୁ କପଡା ବେପାର କରିବାକୁ ବାହାରିଥିଲେ। ହେଲେ ଆଲମଣ୍ଡା ଗ୍ରାମ ନିକଟ କଣ୍ଡାନାଁ ମନ୍ଦିର ନିକଟ ଠାରେ ନିଜର ବେପାର ପାଈଁ ନେଇ ଯାଉଥିବା ଓମିନ ଗାଡି ନମ୍ବର ଓଡି ୧୦ ଏଫ ୮୭୦୧ ଗାଡି କପଡା ଥିବା ମିନ ଗାଡିକୁ ରାସ୍ତା କଡ଼ରେ ଛାଡି କିଛିଦୁର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଲୋକ ଦେଖିଥିଲେ। ପରିବାର ବର୍ଗ ଥାନାରେ ଏତଲା ଦେବା ପାଇଁ ଯାଇଥିବା ସୂଚନା ଅନୁଯାଇ ଉକ୍ତ ବିଷୟକୁ ନେଇ ମୃତ ବ୍ୟକ୍ତିର ମାମୁଁ ଆକାଶ ତୀର୍ପତି ରାଓ ବନ୍ଧୁଗାଁ ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିଥିଲେ I ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ଥାନା ଏସ ଆଇ ଶ୍ରୀ ବି. ଟି. ସାଧୁ କେଶକୁ ୠଜୁନାମା କରି  ଘଟଣା ସ୍ତଳକୁ ପହଁଞ୍ଚି ମୃତ ବ୍ୟକ୍ତିର ଶରୀର ଠାଵ କରି ବନ୍ଧୁଗାଁ ରେ ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିଲେ I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର 

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

Leave a Comment

error: Content is protected !!