ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଳାର ୪ର୍ଥ ବାର୍ଷିକ ଉତ୍ସବ

ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଳାର ୪ର୍ଥ ବାର୍ଷିକ ଉତ୍ସବ

“ଆସ ମିଶିବା,ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ମଧୁର ସଂପର୍କ ଯୋଡିବା”

ରାୟଗଡ଼ା:୨୨/୧୨(): ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଲାର ୪ର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ହୋଟେଲ ଅଶୋକ ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ୟୁନିୟନ୍ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ-ନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରିଣୀ ଶ୍ରୀମତି ପୁଷ୍ପଲତା ଦୀକ୍ଷିତ୍ , ସହକାରୀ ମତ୍ସ୍ୟ ଅଧିକାରୀ ନରେନ୍ଦ୍ର ପାତ୍ର,ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ସଭାପତି ଶିିଶିର ରାଉଳ,ସଧାରଣ ସଂପାଦକ ଅମରେନ୍ଦ୍ର ମହାନ୍ତିଙ୍କ ସମେତ ପ୍ରେସ୍ ୟୁନିୟନ ରାୟଗଡ଼ା ଜିଲ୍ଲା ଉପଦେଷ୍ଠା ଶିବ ନାରାୟଣ ଗଉଡ ଏବଂ ସାଧାରଣ ସଂପାଦକ ବିଜୟ କୁମାର ମହାରଣା ପ୍ରମୁଖ ମଂଚାସୀନ ହୋଇଥିଲେ । ‘ଆସ ମିଶିବା ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ମଧୁର ସଂପର୍କ ଯୋଡିବା’ବିଷୟବସ୍ତୁକୁ ନେଇ ୟୁନିୟନ ପକ୍ଷରୁ କିଛି ଅଲଗା କରିବାକୁ ଯାଇ ବାର୍ଷିକ ଉତ୍ସବକୁ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଗହଣରେ ପାଳନ କରାଯାଇଥିବାରୁ ଏଭଳି ଆୟୋଜନକୁ ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉପଦେଷ୍ଠା ଶ୍ରୀ ଗୈାଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ମହାରଣା ସଂପାଦକୀୟ ବିବରଣୀ ପଠନ କରିଥିଲେ । ସେହିପରି ସଭାପତି ଶ୍ରୀ ସୂର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ । ଗତ ୨୦୨୦ମସିହାରେ ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଲା ସଂଗଠନ ଗଠନ ହୋଇଥିବା ବେଳେ ସାମାଜିକ କାର୍ଯ୍ୟ ତଥା ଲୋକଙ୍କ ସମସ୍ୟା ସମାଧାନ ଦିଗରେ ସଂଘରେ ଥିବା ୩୦ଜଣ ସାମ୍ବାଦିକ ସଦସ୍ୟମାନେ ଖବର ପ୍ରସାରଣ କରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆର୍କଷଣ କରିପାରୁଛନ୍ତି ବୋଲି ଶ୍ରୀ ସୂର୍ଯ୍ୟ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରେସ୍ ୟୁନିୟନର ସମସ୍ତ କାର୍ଯ୍ୟକ୍ରମ ସମାଜରେ ଏକ ମାର୍ଗଦର୍ଶନ ହୋଇଥାଏ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିବା ବେଳେ ସମ୍ମାନୀତ ଅତିଥି ଡିଏସଏସଓ ଶ୍ରୀମତୀ ଦୀକ୍ଷିତ୍ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ହୋଇଥିବା ବେଳେ ଜିଲ୍ଲାରେ ସମସ୍ତ ଦିବ୍ୟାଙ୍ଗମାନେ ଯେପରି ଉପକୃତ ହୋଇପାରିବେ ସେଥିପ୍ରତି ସେ ଦୃଷ୍ଟି ଦେଇ ଆସୁଛନ୍ତି ବୋଲି ପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀ ପାତ୍ର ଦିବ୍ୟାଙ୍ଗମାନେ କୈାଣସି କ୍ଷେତ୍ରରେ କମ ନୁହନ୍ତି ସେମାନେ ସବୁବେଳେ ସକ୍ଷମ ବୋଲି ବକ୍ତବ୍ୟ ପ୍ରଦାନ କରିବା ସହ ବାର୍ଷିକ ଉତ୍ସବକୁ ଦିବ୍ୟାଙ୍ଗଙ୍କ ସହ ପାଳନ କରିବା ଏକ ବିରଳ କାର୍ଯ୍ୟକ୍ରମ ବୋଲି କହିଥିଲେ । ୟୁନିୟନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ,ଉପଢୈାକନ ଓ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ୩୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା ।ଆଜିର ଏହି ଉତ୍ସବ କାର୍ଯ୍ୟକ୍ରମରେ ୟୁନିୟନର ସମସ୍ତ କାର୍ଯ୍ୟକର୍ତା ତଥା ସଦସ୍ୟ ହାଡ଼ିପା ଗୌଡ଼, ଆମଜଦ ଅଲି, ତୁଷାର ସାହୁ, ଶ୍ରୀନିବାସ ବଳିୟାରସିଂ, କମଳ ଲୋଚନ, ରାଜ କୁମାର ଲିମା,ତେଲି ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଦିବ୍ୟାଙ୍ଗଙ୍କ ମଧ୍ୟରେ ବାର୍ଷିକ ଉତ୍ସବ ପାଳନ କରିଥିବାରୁ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ସଭାପତି ଶ୍ରୀ ରାଉଳ ଓ ସଂପାଦକ ଶ୍ରୀ ନାଥ କୃତଜ୍ଞତା ଜଣାଇଥିଲେ । ଶେଷରେ ଉପଦେଷ୍ଠା ଶ୍ରୀ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ | 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ                                              

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

ଏନ ଏସ ଏସ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!