ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ 

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ 

ନବରଙ୍ଗପୁର:(ତା ୨୩/୧୨)(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀଙ୍କୁ ଚୟନ କରାଯାଇଛି |ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ନିଜ ବାସ ଭବନକୁ ଡାକି ବାସନ୍ତୀଙ୍କୁ ଏହି ମନୋନୀତ ପତ୍ରଟି ପ୍ରଦାନ କରିବା ପରେ ଶ୍ରୀମତୀ ମାଝୀ ନିଜ ଦଳୀୟ କର୍ମୀ,ସମର୍ଥକ ଓ ପ୍ରଶଂସକ ମାନଙ୍କୁ ସାଙ୍ଗରେ ଧରି ବ୍ଲକ କାର୍ଯ୍ୟାଳୟରେ ପହଂଚି ଉକ୍ତ ମନୋନିତ ପତ୍ରଟି ଜିପିଇଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି |ଶ୍ରୀମତୀ ମାଝୀ ଓ ତାଙ୍କ ସମର୍ଥକ ଉମରକୋଟ ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଂଚିଛନ୍ତି ଓ ଏହି ପତ୍ରଟି ପ୍ରଦାନ କରିଛନ୍ତି |ସାଂସଦଙ୍କ ଅନୁପସ୍ଥିତିରେ ଶ୍ରୀମତୀ ମାଝୀ ବ୍ଲକ ସ୍ତରୀୟ ସମସ୍ତ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ହିତ ଉଦେଶ୍ୟରେ ସମସ୍ତ କାର୍ଯ୍ୟ କରିବା ନେଇ ଉକ୍ତ ପତ୍ରରେ ଲିଖିତ ରହିଛି I ବିଧାୟକ ପ୍ରତିନିଧି ସୋନା ମାଝୀ ,ଚନ୍ଦାହାଣ୍ଡି ଏମପି ପ୍ରତିନିଧି ବସନ୍ତ କୁମାର ମାଝୀ. ବିଜେପି ଜିଲ୍ଲା ସମ୍ପାଦକ ଅଶୋକ ପାଢ଼ୀ,ଜିଲ୍ଲା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ,ମଣ୍ଡଳ ସଭାପତି କମଲୁ ମାଝୀ,ବୁର୍ଜା ମଣ୍ଡଳ ସଭାପତି ଭଜନାଥ ଗଣ୍ଡ ସଂଖ୍ୟା ଲଘୁ ସଭାପତି ପବିତ୍ର ଗରଡ଼ା, ଜଗଦୀଶ କଲାର, ସୁମିତ୍ରା ମାଝି, ମିଳୁ ପଣ୍ଡା ,ଗିରି ପାଣ୍ଡେ,ବୁଲୁ ଷଡ଼ଙ୍ଗୀ,ଈଶ୍ୱର ଭତ୍ରା,ସନ୍ତୋଷ ସରକାର, ହରିଚଦ୍ର ସାହୁ ପ୍ରମୁଖ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦେଇଥିଲେ l

( ମ ନି ସ )

Related posts

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

masiha

ବଜ୍ରାଘାତରେ ଏକ ମୃତ 

masiha

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!