ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ଗାଉଁ କି ଔର ” ୨୦୨୪ ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

ପ୍ରଶାସନ ଗାଉଁ କି ଔର ” ୨୦୨୪

ସୁଶାସନ ସପ୍ତାହ ପାଳନ ଅବସରରେ ଡ଼ାବୁଗାଁ ବ୍ଲକରେ କର୍ମଶାଳା 

ନବରଙ୍ଗପୁର:( ତା ୨୩.୧୨.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ଡ଼ାବୁଗାଁ ବ୍ଲକରେ ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ପ୍ରଶାସନ ଗାଉଁ କି ଔର” କାର୍ଯ୍ୟକ୍ରମ ଅଧୀନରେ ସାଧାରଣ ଲୋକଙ୍କ ଅଭିଯୋଗ ଓ ତାର ସମାଧାନ,ଅଧିକାରୀଙ୍କ ଦାୟିତ୍ୱବୋଧ,ସମସ୍ତ ଜନ କଲ୍ୟାଣକାରୀ ଯୋଜନାର ଲାଭ ଯେଭଳି ସମସ୍ତଙ୍କୁ ନିଶ୍ଚିତ ରୂପେ ମିଳିବ ତା ଉପରେ ଏହି କାର୍ଯ୍ୟକ୍ରମ ଗତ ୧୯ ୧୨.୨୦୨୪ ରୁ ୨୪.୧୨.୨୦୨୪ ପର୍ଯ୍ୟନ୍ତ ଚାଲୁ ରହିଛି।ଆଜି ଏହି ଅବସରରେ ଡ଼ାବୁଗାଁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ଏବଂ ପରେ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସ୍ବାଗତ କରିଥିଲେ। ସୁଶାସନର ଉତ୍ତମ ଅଭ୍ୟାସର ମାନଦଣ୍ଡକୁ ଉଦ୍ଧିଷ୍ଟ ପୋର୍ଟାଲରେ ଅପଲୋଡ୍ କରିବା, ଜନ କଲ୍ୟାଣ ଯୋଜନା କୁ ଲୋକାଭିମୁଖୀ କରିବାରେ ପ୍ରଶାସନ ର ଦାୟିତ୍ୱ, ସର୍ବୋତ୍ତମ କାର୍ଯ୍ୟ ବିଧି ଚିହ୍ନଟ, ପ୍ରୋତ୍ସାହନ ଓ ଦସ୍ତାବିଜ୍ ସଂଗ୍ରହଣ , ଗ୍ରାମଭିମୁଖି ପ୍ରଶାସନ, ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରି ତାର ଉଚିତ୍ ସମାଧାନ ଉପରେ ଆଲୋଚନା ହୋଇଥିଲା।ସୁଶାସନ ର ଅର୍ଥ ,ଉଦ୍ଦେଶ୍ୟ,କାର୍ଯ୍ୟକାରିତା,ସୁଫଳ ଉପରେ ଏକ ପି ପି ଟି ମାଧ୍ୟମ ରେ ସମସ୍ତ ଅଧିକାରୀ ଦେଖିଥିଲେ ।କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ, ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୀଣା ମାଝୀ, ଡାବୁଗାଁ ତହସିଲଦାର ହରିଓମ ଭୋଇ, ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ,ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ ପ୍ରମୁଖ ବ୍ଳକ ସଦର ମହକୁମା ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ l ( ମ ନି ସ )

Related posts

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ 

Sunil Chandra Nayak

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!