ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଅବକାରୀ ବିଭାଗର ଚଢ଼ାଉ , ୬୦ କେ ଜି ଗଞ୍ଜାଇ ଜବତ, ତିନି ଗିରଫ

ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପେଟ୍ରୋଲୀଙ୍ଗ ସମୟରେ ୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରି ତିନି ଜଣ  ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ଗୁରୁବାର ଦିନ ବେଳେ ପେଟ୍ରୋଲଲିଙ୍ଗ ସମୟରେ ନୂଆପଡା ଖରିଆର ରୋଡ ରେଳ ଫାଟକ ଷ୍ଟେସନ ପାଖରେ ସନ୍ଦେହ ଅବସ୍ଥାରେ ତିନି ଜଣ ବୁଲୁଥିବା ବେଳେ ସନ୍ଦେହରେ ସେମାନଙ୍କୁ ଅଟକ ରଖି ଖାନା ତଲାସୀ କରିଥିଲେ । ସେମାନଙ୍କ ଠାରୁ ୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ସେମାନେ ମଧ୍ୟ ପ୍ରଦେଶ ଜିଲ୍ଲା ଭୋପାଳର ଆଶା ରାଜପୁତ (୫୫) ବର୍ଷ, ରଜନୀ ଜେନ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଭଲ୍ଲୀ ଶର୍ମା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ଏହାର ନେତୃତ୍ୱ ନେଇଥିଲେ ଅବକାରୀ ବିଭାଗର ହୀରବତୀ ଥାଟି ଆଇ ଇ, ସୋନା ମାଝୀ ଏ ଏସ ଆଇ, କନେଷ୍ଟବଳ ଦେବୀ ସିଂ ମାଝୀ, ମୁରଲୀଧର ଶବର, ମାଲ୍ୟ ମହଲିଙ୍ଗ, ସଞ୍ଜୀବ, ପୁର୍ଣ୍ଣ ମିକା କନବାର, ରଞ୍ଜିତା ଶବର, ଗିରେନ୍ଦ୍ର କଟା ପ୍ରମୁଖ ସାମିଲ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆନ୍ଦୋଳନ ର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର

Sunil Chandra Nayak

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

Sunil Chandra Nayak

ଫୁଲବାଣୀ ମିଳିତ ନାଗରିକ କମିଟି ପକ୍ଷରୁ ନୂତନ ଏସଡ଼ିପିଓ ଙ୍କୁ ସ୍ୱାଗତ ଓ ପୁରାତନ ଏସଡିପିଓ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!