ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୨୮ ତମ ପ୍ରତିଷ୍ଠା ଦିବସ ପାଳିତ

୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଖଡ଼ିଆଳ,୨୬/୧୨,ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ବିଜୁ ଜନତା ଦଳ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଖଡ଼ିଆଳ ନଗର ଅଧକ୍ଷ ଦୀପକ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଖଡ଼ିଆଳ ବ୍ଳକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ବ୍ଳକ ଉପାଧକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଜିଲ୍ଲା ପରିଷଦ ସଦସ୍ୟ ତନୟା ଶବର, ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ବତୀ ବାଗ, ପୂର୍ବତନ ଖଡ଼ିଆଳ ନଗର ଚେରମେନ ୟାସିନ ମହମ୍ମଦ, ସରପଞ୍ଚ ସନ୍ତୋଷ ମିଶ୍ର, ଶ୍ୟାମ ସୁନ୍ଦର କୂଳଦୀପ,ଏମଡି ସହିଦ ,ମନ୍ଦାକିନୀ ବଘେଲ, ଯୋଗେନ୍ଦ୍ର ମାଝୀ, ସୁବିର ସିଂ ଦେଓ, ସନ୍ତୋଶିନୀ ସଲମା, କପିଳେନ୍ଦ୍ର ଭୋଇ, ଲିଙ୍ଗରାଜ ଘିଭେଲା, ଖୁଲଣା ବେହେରା, ଅଭିଷେକ ଜଗତ, ଦୀପକ କୁମାର ଖମାରୀ ସମେତ ଜିଲ୍ଲା ସଭାପତି, ବ୍ଳକ ସଭାପତି ସମୂହ ମଞ୍ଚ ଆସୀନ ଥିଲେ ବିଜୁ ପଟ୍ଟନାୟକଙ୍କ ସୁ ଶାସନ ଓ ନବୀନ ପଟ୍ଟନାୟକଙ୍କ ସୁ ଶାସନ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନର ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଏଣୁ ସମସ୍ତ ବିଜୁକର୍ମୀ ଏକତା ଭାବେ ଲୋକ ମାନଙ୍କ ପାଖକୁ ଯାଇ ନବୀନ ପଟ୍ଟନାୟକଙ୍କ ସରକାର କରିଥିବା କାର୍ଯ୍ୟ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ କରିଥିଲେ । ବୈଠକରେ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ

Related posts

ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀକୂଳ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି

Sunil Chandra Nayak

କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

masiha

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!