ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ

“ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଓ ସମାଜର ତଳ ସ୍ତରର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରୀ କର୍ମଚାରୀ ମାନେ ନିଷ୍ଠାର ସହିତ କାମ କରିବା ପାଇଁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକରେ ଏକତ୍ରିତ ହୋଇ ଥିବା ଜିଲ୍ଲାର ସମସ୍ତ ସରକାରୀ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଧର୍ମଗଡ଼ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆୟୋଜିତ ଧର୍ମଗଡ଼ ବିଧାନସଭା ଉନ୍ନୟନ କମିଟି ବୈଠକରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ରାଜ୍ୟ ସରକାରଙ୍କ ପ୍ରାୟ ୪୦ ଗୋଟି ବିଭାଗର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକଳାପ ଉପରେ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତର୍ଜମା କରିଥଲେ।

ବିଜୁଳି ବିଭାଗର ତର୍ଜମା ସମୟରେ ଟାଟା ପାୱାର କର୍ତ୍ତୃପକ୍ଷ ବିଧାନସଭା ପ୍ରଶ୍ନୋତ୍ତର ରେ ଭୁଲ ତଥ୍ୟ ପ୍ରଦାନ କରୁଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ପୁଣି ଥରେ ଧର୍ମଗଡ଼ କୁ ଫେରାଇ ଆଣିବା ପାଇଁ ଯନ୍ତ୍ରୀ ମାନେ ଚାହୁଁ ନ ଥିବା ଓ ସରକାରଙ୍କୁ ଅପଦସ୍ଥ ରେ ପକାଇଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ପାଇଁ ବାସଗୃହ ର ବ୍ୟବସ୍ଥା ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ରଖିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଲି ପଡ଼ିଥିବା ଡାକ୍ତର ପଦବୀ ଗୁଡିକ ଖୁବ୍ ଶୀଘ୍ର ମୋହନ ସରକାର ପୂରଣ କରିବାକୁ ଯାଉଥିବା ସେ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡ଼ିକର ନିଜସ୍ୱ ଜମି ପଟ୍ଟା ନ ଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଥିବାରୁ ରାଜସ୍ବ ବିଭାଗ ସହିତ ସମ୍ମାନୟ ରକ୍ଷା କରି ଏହି କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଉପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ର କେନାଲ ଗୁଡ଼ିକର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ରାଜ୍ୟ ସରକାର ଗୁରୁତ୍ବ ଆରୋପ କରୁ ଥିବାରୁ ଏହାର ଡି ପି ଆର ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଥିବା ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସେ ଅନୁରୋଧ କରିଥଲେ। ଇନ୍ଦ୍ରାବତୀ ବାମ କେନାଲ ର ଲାଇନିଂ ପାଇଁ ପ୍ରାୟ ୫୫୦କୋଟି ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ସେ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଅତି ମନ୍ଥର ଗତି ରେ ଚାଲୁଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସଂପୃକ୍ତ ଠିକାଦାର ସଂସ୍ଥା ଗୁଡିକ ପ୍ରତି ଯନ୍ତ୍ରୀ ମାନଙ୍କ କୋହଳ ମନୋଭାବ କଣ ପାଇଁ ବୋଲି ସେ ପ୍ରଶ୍ନ କରିଥଲେ।

ଜଙ୍ଗଲ ସଂରକ୍ଷଣ, ନୂତନ ବନୀକରଣ ଓ ଜଙ୍ଗଲ ପରିସରରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ପ୍ରଭୂତ ଅର୍ଥ ବଜେଟ ରେ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଏହାର କାର୍ଯ୍ୟକାରିତା ନେଇ ନାନା ଅଭିଯୋଗ ଆସୁଛି। ଏଥିରେ ସ୍ବଚ୍ଛତା ଆଣିବା ପାଇଁ ଦକ୍ଷିଣ ବନଖଣ୍ଡ ଅଧିକାରୀ ନିଜେ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବା ପାଇଁ ତାଗିଦ୍ କରିଥିଲେ। ଗୁଡହାଣ୍ଡି ଶିଳାଲେଖର ସଂରକ୍ଷଣ ଓ ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ଆନୁଷଙ୍ଗିକ ବିକାଶ ପାଇଁ ଏକ ସମ୍ମନୟ ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଡାକିବା ପାଇଁ ସେ ପରାମର୍ଶ ଦେଇଥିଲେ। ପୂର୍ତ୍ତ, ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧୀନରେ ଥିବା ରାସ୍ତା ଗୁଡିକ ର ମରାମତି ପାଇଁ ସେ ପରାମର୍ଶ ଦେଇଥିଲେ। ଧର୍ମଗଡ଼ ସହରରେ ଏସ ଟି ସ୍କୁଲ ଛକ ଠାରେ ଜାତୀୟ ରାଜପଥ ରେ ଥିବା ଡ୍ରେନ ରେ ପାଣି ନିଷ୍କାସିତ ହୋଇ ପାରୁ ନଥିବା ର କାରଣ ଖୋଜି ବାହାର କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଧର୍ମଗଡ଼ ଥରେ ଏକ ମେଗା ଷ୍ଟାଡିୟମ୍ ଓ ସ୍ପୋର୍ଟ କଂପ୍ଲେକ୍ସ ନିର୍ମାଣ ପାଇଁ ଆବଶ୍ୟକତା ହେଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ତ୍ଵରାନିତ କରିବା ପାଇଁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅନୁରୋଧ କରିଥଲେ। ଧର୍ମଗଡ଼ ବିଧାନସଭା କ୍ଷେତ୍ର ରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବାରୁ ତହସିଲଦାର ଓ ବିଡିଓ ମାନେ ଏହାକୁ ଗୁରୁତର ସହ ନେବାକୁ କହିଥିଲେ।

ଏହି ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ,ଡି ଏଫ୍ ଓ, କଲାଇ ବନାନ୍, ଶ୍ରୀକାନ୍ତ ଦଳେଇ,ଉପ ନିର୍ଦେଶକ, ଜ଼ିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧକାରୀ ଉପସ୍ଥିତ ଥିଲେ। ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ ଶ୍ରୀ ଦଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭଙ୍ଗା ପୋଲ ସାଜିଛି ବାଧକ ! ଆମ୍ବୁଲାନ୍ସରେ ଯିବା ପାଇଁ ରୁଆଁସି ଗ୍ରାମ ଉପରେ ନିର୍ଭର କରୁଛନ୍ତି ସୁରିଆଗଡା ଗ୍ରାମବାସୀ 

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରି ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

Sunil Chandra Nayak

Leave a Comment

error: Content is protected !!