ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

ଛାଡିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା

ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ

ଜୁନାଗଡ଼:-୨୮/୧୨  // ସାରା ଓଡିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରିରହିଥିବା ବେଳେ ଏହାର ପ୍ରଭାବରେ ବର୍ଷା ପାଗ ଲାଗି ରହିଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ରାତ୍ରୀଠାରୁ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି ଫଳରେ ସାଧାରଣ ଜିବନଜୀବିକା ପ୍ରଭାବିତ ହୋଇଛି । ଝିପି ଝିପି ବର୍ଷା ପାଇଁ ଧାନ ଓ କପା ଚାଷୀ ଚିନ୍ତାରେ ଥିବା ବେଳେ ବ୍ଲକରେ ଡାଲି ଜାତୀୟ ଫସଲ ମୁଗ,କୋଳଥ,କାନ୍ଦୁଲ ଚାଷ କରିଥିବା ଚାଷୀ ମଧ୍ୟ ଚିନ୍ତାରେ ଅଛନ୍ତି । ଏପରି ପାଗରେ ମୁଗ,କୋଳଥ,କାନ୍ଦୁଲ ଅନେକାଂଶରେ ପ୍ରଭାବିତ ହେବ ବୋଲି କହିଛନ୍ତି ବ୍ଲକର ଚାଷୀମାନେ । ବର୍ତ୍ତମାନ ଅନେକ କାନ୍ଦୁଲ ଗଛରେ ଫୁଲ ଧରି ଫଳ ଧରିବାକୁ ଲାଗିଥିବା ବେଳେ ଏମିତି ପାଗ କାନ୍ଦୁଲ ଗଛ ପାଇଁ ଅନୁକୁଳ ନୁହେଁ । ଏମିତି ପାଗରେ ଫୁଲ ଝଡି ଯିବା ସହିତ କାନ୍ଦୁଲରେ ପୋକ ଲାଗିଥାଏ । ଫଳରେ କାନ୍ଦୁଲର ଚାଷ ନଷ୍ଟ ହେବା ଆଶଂକାରେ ଅଛି ଚାଷୀ । ଅପରେ ପକ୍ଷରେ ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ଅନେକ ଜମିରେ ଧାନ ଚାଷ ହୋଇ ନଥିବା ବେଳେ ଏହି ସବୁ ଜମିରେ ଚାଷୀ ମୁଗ ଓ କୋଳଥ ଚାଷ କରିଛି । କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିବା ଯୋଗୁଁ ମୁଗ ଓ କୋଳଥ ଚାଷ ଜମି ମାନଙ୍କରେ ବର୍ଷା ପାଣି ଜମି ରହିଛି । ପାଣି ଜମି ରହିବା ହେତୁ ଚାଷ ସଢ଼ୀ ଯିବା ଓ ପୋକ ଲାଗି ନଷ୍ଟ ହେବା ଆଶଂକାରେ ଅଛି ଚାଷୀ । ଚାଷୀ ଡାଲି ଜାତୀୟ ଚାଷ କରି ଦୁଇ ପଇସା ରୋଜଗାର କରିବାର ଆଶାରେ ଥିବା ବେଳେ ଅଦିନିଆ ବର୍ଷା ସବୁ ଆଶାକୁ ନିରାଶାରେ ପରିଣତ କରିଛି ବୋଲି ଚାଷୀ ମହଲରୁ ପ୍ରକାଶ । ଜିଲ୍ଲା ପ୍ରଶାସନ ଗୋଲାମୁଣ୍ଡା ବ୍ଲକ ରେ ଡାଲି ଜାତୀୟ ଚାଷ ର ଏକ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

ଜଗଜିବନ ସା ଙ୍କ ରିପୋର୍ଟ୍ 

Related posts

ଡିଗ୍ରୀ ଅଫ ଡ଼କ୍ଟର ଅଫ ଗ୍ଲୋବାଲ ଲିଡରସିପ ଉପାଧିରେ ସମ୍ବର୍ଦ୍ଧିତ ହେଲେ ଡ଼. ଭବାନୀ ଶଙ୍କର ନିଆଲ

masiha

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା ବସନ୍ତ ନାଏକ ସଭାପତି : ବିଭୀଷଣ ନାଏକ ସାଧାରଣ ସଂପାଦକ

masiha

Leave a Comment

error: Content is protected !!