ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ନବରଙ୍ଗପୁର:(୨୬/୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ତିନିଦିନ ହେଲା ନିଖୋଜ ଥିବା ତେନ୍ତୁଳିଖୁଣ୍ଟି ଥାନା ଏ ଏସ୍ ଆଇ ରେଣୁ ପ୍ରଧାନ ଙ୍କ ଝୁଲନ୍ତା ମୃତ ଦେହକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି l ତେନ୍ତୁଳିଖୁଣ୍ଟି ଥାନା ମଙ୍ଗଳ ଦୋରା ନିକଟସ୍ଥ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ଯବଚ୍ଛେଦ କରାଯିବ l ଗତ ସୋମବାର ଏ ଏସ୍ ଆଇ ରେଣୁ ପ୍ରଧାନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ l ଏହା ପରଠୁ ସେ ଆଉ ଘରକୁ ଫେରି ନ ଥିଲେ l ଆଉ ଆଜି ତାଙ୍କ ଝୁଲନ୍ତା ମୃତ ଦେହ ମିଳିଛି l ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁ ଥିବା ବେଳେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡି ନାହିଁ। ଏ ଏସ୍ ଆଇ ରେଣୁ ପ୍ରଧାନ ଙ୍କ ଘର ପାପଡାହାଣ୍ଡି ଥାନା ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୋଲିସ କଲୋନୀ ରେ ନିଜ ପରିବାର ସହ ରହୁଥିଲେ l ଉକ୍ତ ଖବର ପାଇ ତାଙ୍କ ଦୁଇ ପୁଅ ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ l ଶବ ବ୍ୟବଚ୍ଛେଦ ହୋଇ ନ ଥିବାରୁ ସେମାନଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇ ନାହିଁ l ପ୍ରକାଶ ଥାଉକି ଆଉ ଦୁଇ ମାସ ପରେ ଚାକିରିରୁ ଅବସର ନେଇ ଥାନ୍ତେ ଏ ଏସ୍ ଆଇ ରେଣୁ ପ୍ରଧାନ l ସେ ପୋଲିସ ଅଫିସର ହିସାବରେ ଜଣେ ଉତ୍ତମ, ମେଳାପି ଅଫିସର ଥିଲେ। ତାଙ୍କର ଏପରି ମୃତ୍ୟୁ ରେ ନବରଙ୍ଗପୁର ଜିଲ୍ଲାବାସୀ ଶୋକ ପ୍ରକାଶ କରିଛନ୍ତି l ( ମ ନି ସ )

Related posts

ବେଆଇନ ବାଲି ଓ ଚିପ୍ସ ବୋଝେଇ ୧୫ ହାଇୱା ଯବତ

Sunil Chandra Nayak

ଜାତୀୟ ସ୍ବାସ୍ଥ୍ୟ ମିଶନର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଲେ ଧରା

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

Sunil Chandra Nayak

Leave a Comment

error: Content is protected !!