ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ନବରଙ୍ଗପୁର:(୨୬/୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ତିନିଦିନ ହେଲା ନିଖୋଜ ଥିବା ତେନ୍ତୁଳିଖୁଣ୍ଟି ଥାନା ଏ ଏସ୍ ଆଇ ରେଣୁ ପ୍ରଧାନ ଙ୍କ ଝୁଲନ୍ତା ମୃତ ଦେହକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି l ତେନ୍ତୁଳିଖୁଣ୍ଟି ଥାନା ମଙ୍ଗଳ ଦୋରା ନିକଟସ୍ଥ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ଯବଚ୍ଛେଦ କରାଯିବ l ଗତ ସୋମବାର ଏ ଏସ୍ ଆଇ ରେଣୁ ପ୍ରଧାନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ l ଏହା ପରଠୁ ସେ ଆଉ ଘରକୁ ଫେରି ନ ଥିଲେ l ଆଉ ଆଜି ତାଙ୍କ ଝୁଲନ୍ତା ମୃତ ଦେହ ମିଳିଛି l ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡୁ ଥିବା ବେଳେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡି ନାହିଁ। ଏ ଏସ୍ ଆଇ ରେଣୁ ପ୍ରଧାନ ଙ୍କ ଘର ପାପଡାହାଣ୍ଡି ଥାନା ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୋଲିସ କଲୋନୀ ରେ ନିଜ ପରିବାର ସହ ରହୁଥିଲେ l ଉକ୍ତ ଖବର ପାଇ ତାଙ୍କ ଦୁଇ ପୁଅ ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ l ଶବ ବ୍ୟବଚ୍ଛେଦ ହୋଇ ନ ଥିବାରୁ ସେମାନଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇ ନାହିଁ l ପ୍ରକାଶ ଥାଉକି ଆଉ ଦୁଇ ମାସ ପରେ ଚାକିରିରୁ ଅବସର ନେଇ ଥାନ୍ତେ ଏ ଏସ୍ ଆଇ ରେଣୁ ପ୍ରଧାନ l ସେ ପୋଲିସ ଅଫିସର ହିସାବରେ ଜଣେ ଉତ୍ତମ, ମେଳାପି ଅଫିସର ଥିଲେ। ତାଙ୍କର ଏପରି ମୃତ୍ୟୁ ରେ ନବରଙ୍ଗପୁର ଜିଲ୍ଲାବାସୀ ଶୋକ ପ୍ରକାଶ କରିଛନ୍ତି l ( ମ ନି ସ )

Related posts

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

masiha

ଚୋରି ଘଟଣା କୁ ନେଇ ପ୍ରେସ ମିଟ୍ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ସାଧା ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ ଘଣା ରେ ମାଲିକ ଅଭିଯୋଗ ପରେ ରାତି ଅଧିଆ ପମ୍ପ ଦୋକାନ ସିଲ୍

masiha

Leave a Comment

error: Content is protected !!