ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

ବାଲିଗୁଡ଼ା,ତା, ୦୯/୦୬: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଏହି କାର ରେ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ପପୁ ରସ୍ତୋଗୀ , ଆଚ୍ଛେ ଲାଲ ସରୋଜ, ସନ୍ଦୀପ କୁମାର ପ୍ରଜାପତି ବୋଲି ପୋଲିସ ପ୍ରକାଶ କରିଛି । ପୋଲିସ ଜବତ କରିଥିବା ଟୟୋଟା କାର ସହ ୨୩ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ ନଂ-୧୪୩/୨୦୨୬ ରୁଜୁ କରି ଏହି ଗଞ୍ଜେଇ ଚାଲାଣ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

Sunil Chandra Nayak

ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…. ଭିଣୋଇ ମୃତ

masiha

Leave a Comment

error: Content is protected !!