ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ  ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ 

ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ହାଇସ୍କୁଲ ପଡିଆ ଠାରେ ସପ୍ତମ ତମ ଦଣ୍ଡପାଟ ଧନୁଯାତ୍ରା ଶନି ବାର ଉଦ୍ଘାଟିତ ହୋଇ ଯାଇଛି ।ମଧ୍ୟାହ୍ନ ସମୟରେ ବେହେରା ଦନ୍ତେଶ୍ୱରୀ ମନ୍ଦିର ରେ ଦେବୀ ଙ୍କ ପୂଜନ ସହ ପୂର୍ବରୁ ଆମନ୍ତ୍ରିତ ଗୋତମୁଣ୍ଡା ର ସର୍ବ ମଙ୍ଗଳା ଦେବୀ ଙ୍କ ଲାଠି,ଧଅଁର ପୂର ହାଟ ଗୋଷିଆଣୀ ଙ୍କ ଲାଠି, ସାଗଵାହାଳି ର ଦେବୀ ଭଟକେନ ଲାଠି,ବେହେରା ର ବୁଢ଼ାରଜା ଦେବ ଙ୍କ ଲାଠି ସହ ଏକ ଭବ୍ୟ ମଶାଲଯାତ୍ରା ଗ୍ରାମ୍ୟ ପରିକ୍ରମା କରାଯାଇ ଉତ୍ସବ ପଡିଆ ରେ ସ୍ଥାପିତ କରାଯାଇ ଶୁଭାରମ୍ଭ ର ଶଙ୍ଖନାଦ କରାଯାଇଥିଲା।ମଶାଲ ଯାତ୍ରାରେ ଅଞ୍ଚଳର ହଜାର ହଜାର ଲୋକ ସାମିଲ ହୋଇ ଥିଲେ।। ପ୍ରଥମ ସନ୍ଧ୍ୟା ରେ ଡହଗାଁ ଗୋନ୍ତିଆ ତଥା ଦଣ୍ଡପାଟ ର ମାଫିଦାର ସ୍ୱର୍ଗୀୟ ଗଜାନନ ପୁଝାରୀ ଙ୍କ ବଂଶଜ ବଳରାମ ପୁଝାରୀ ବିଶିଷ୍ଟ ଅତିଥି , ମୁଖ୍ୟ ଅତିଥି ଭାବରେ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା,ମୁଖ୍ୟ ବକ୍ତା ଭାବରେ ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ଗୋତମୁଣ୍ଡା ଗୋନ୍ତୀଆ, ଜୟନ୍ତପୁର ଗୋନ୍ତୀଆ ଯୁବରାଜ ନାଏକ,ବେହେରା ଗୋନ୍ତିଆ ମଣିଭଦ୍ର ନାଏକ,ଧଅଁର ପୂର ଗୋନ୍ତିଆ ସୁରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ହୋଇ ଆୟୋଜକ କମିଟି କୁ ପ୍ରଶଂସା କରିଥିଲେ । ଦଣ୍ଡପାଟ ର ଯୁବକ ମାନଙ୍କ ପ୍ରବଳ ଇଚ୍ଛା ଶକ୍ତି ଧନୁଯାତ୍ରା କୁ ବିକାଶ ର ଯାତ୍ରା ରେ ପରିଣତ କରିଦେଇଛି, ଏହି ମଞ୍ଚରେ ନେତା ମନ୍ତ୍ରୀ ପ୍ରଶାସନ ଅଧିକାରୀ ଙ୍କୁ ନିମନ୍ତ୍ରଣ କରି ଅଂଚଳର ବିଭିନ୍ନ ସମସ୍ୟା କୁ ଉପସ୍ଥାପନ ପୂର୍ବକ ସମାଧାନ ର ପ୍ରତିଶ୍ରୁତି ସାଉଁଟି ଧନୁଯାତ୍ର କୁ ଦଣ୍ଡପାଟ ର ଗଣ ଉତ୍ସବ ରେ ପରିଣତ କରି ଦେଇଥିବାରୁ ଯୁବଜ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ପ୍ରଥମ ସନ୍ଧ୍ୟାରେ ଉଗ୍ରେସନ ଙ୍କ ଗାଦିଚ୍ୟୁତ,ଦେବକୀ-ବାସୁଦେବ ବିବାହ ଓ କଂସ ଙ୍କ ରାଜ୍ୟାଭିଷେକ ମଂଚସ୍ଥ ହୋଇଥିଲା।ଆୟୋଜକ କମିଟି ର ସଭାପତି ବିନ୍ଦୁସାର ବିଶି, ଉପସଭାପତି ଉପେନ୍ଦ୍ର ନାଏକ,ସମ୍ପାଦକ ଲଲିତ ବାଣୁଆ, କୋଷାଧ୍ୟକ୍ଷ ବାଳ କୃଷ୍ଣ ବିଶି,ବରିଷ୍ଠ ସଦସ୍ୟ ଭବାନୀ ବାରିକ, ଭବେଶ ଗଈନ୍ତା,ଭିକାରୀ ଗୋପାଳ,ହୁକିମ ବିଶି, ତ୍ରିଲୋକ ସିଂହ,କ୍ଷୀରସିନ୍ଧୁ ବାଗ,ଚନ୍ଦ୍ରକାନ୍ତ ରଣା,ଅଭୟ ସିଂହ ରାଜପୁତ,ଅଜୟ ତିୱାରୀ,ରଜନୀକାନ୍ତ ନାଏକ,ତରେସ ବିଶି, ସମେତ ଅନ୍ୟାନ୍ୟ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ । ଏହି ମହୋତ୍ସବ ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତ ବର୍ଷ କଳାହାଣ୍ଡି ରାଜ ଦରବାର ଆକୃତି ର ରଙ୍ଗମଞ୍ଚ ଆକର୍ଷଣ ର କେନ୍ଦ୍ର ପାଲଟି ଥିବା ବେଳେ ମିନା ବଜାର ସମେତ ରଂଗବିରଂଗୀ ଆଲୋକମାଳ ସାଜସଜ୍ଜା ଓ କଂସ ଭୂମିକାରେ ସୋନପୁର ର ଗୋପାଳ ପଣ୍ଡାଙ୍କ ଚମତ୍କାର ଅଭିନୟ ହଜାର ହଜାର ଦର୍ଶକ ଙ୍କୁ ଆକୃଷ୍ଟ କରୁଥିବା ଦେଖା ଯାଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

masiha

ଅନୁସୂଚିତ ଜାତିର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି , ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌

ଆବାସ ଗୃହ ରୁ ବଞ୍ଚିତ କ୍ଷେତ୍ରବାସୀ

Sunil Chandra Nayak

Leave a Comment

error: Content is protected !!