ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି 

ଆଜିର ଟୁର୍ନାମେଣ୍ଟ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶେଖର ସ୍ପୋର୍ଟିଙ୍ଗ ( ଭୁବନେଶ୍ୱର ) ଗୁଲବାର କ୍ରିକେଟ କ୍ଲବ ( କର୍ଣ୍ଣାଟକ ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଭୁବନେଶ୍ୱର ପ୍ରଥମେ ଟଚ ଜିତି ବ୍ୟାଟିଂ କରିବାର ର ନିଷ୍ପତ୍ତି ନେଇଥିଲା , ଭୁବନେଶ୍ୱର ପ୍ରଥମେ ଟ୍ୟାଟିଙ୍ଗ କରି ନିର୍ଦ୍ଧାରିତ 30 ଓଭର ରେ ମୂଲ୍ୟବାନ 7 ଟି ବିକେଟ ହରାଇ 182 ରନ କର୍ଣ୍ଣାଟକ ବିରୁଦ୍ଧରେ ରେ ବିଜୟ ଲକ୍ଷ ଦେଇଥିଲା,. ଦଳ ପକ୍ଷ ରୁ ସର୍ବାଧିକ ରଶ୍ମି ରଞ୍ଜନ ସାହୁ 31 ଟି ବଲ ଖେଳି 40 ରନ ସେଥିରେ 5 ଟି ଚୌକା , ନିଲୁ ପ୍ରଧାନ 39 ଟି ବଲ ଖେଳି 33 ରନ କରିଥିଲେ ସେଥିରେ 7 ଟି ଚୌକା ସାମିଲ ଥିଲା ,କର୍ଣ୍ଣାଟକ ଦଳ ପକ୍ଷ ରୁ ସର୍ବାଧିକ ମହେଶ ରେଡ୍ଡୀ 6 ଓଭର ବୋଲିଂ କରି 24 ରନ ଦେଇ ମୂଲ୍ୟବାନ 2 ଟି ବିକେଟ ଆକ୍ଟିୟାର କରିଥିଲେ ସେଥିରେ ଗୋଟିଏ ଓଭର ମେଡନ ଥିଲା ,କାଲିସ 6 ଓଭର ବୋଲିଂ କରି 38 ରନ ଦେଇ ମୂଲ୍ୟବାନ 2 ଗୋଟି ବିକେଟ ହାସଲ କରିଥିଲେ ।

ଜବାବ ରେ କର୍ଣ୍ଣାଟକ 182 ରନ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ 26.4 ଓଭର ଖେଳି ଦଳର ସମସ୍ତ ବିକେଟ ହରାଇ 153 ରନ ସଂଗ୍ରହ କରିପାରିଥିଲା , ଦଳ ପକ୍ଷ ରୁ ସର୍ବାଧିକ ଶ୍ରବନ 24 ଟି ବଲ ଖେଳି 32 ରନ କରିଥିଲେ ଯେଉଁଥିରେ କି 3 ଟି ଚୌକା ଓ 2 ଟି ବିଶାଳ ଛକା ସାମିଲ ଥିଲା , ମହେଶ ରେଡି 39 ଟି ବଲ ଖେଳି 27 ରନ କରିଥିଲେ 2 ଟି ବିଶାଳକାୟ ଛକା ସାମିଲ ,ଭୁବନେଶ୍ୱର ପକ୍ଷରୁ ସର୍ବାଧିକ ନିଲୁ ପ୍ରଧାନ 6 ଓଭର ବୋଲିଂ କରି 23 ରନ ବ୍ୟୟ ରେ ମୂଲ୍ୟବାନ 3 ଗୋଟି ବିକେଟ ଅକ୍ତିଆର,ସୂର୍ଯ୍ୟକାନ୍ତ ଭୂତିଆ 6 ଓଭର ବୋଲିଂ କରି 41 ରନ ବ୍ୟୟ କରି 3 ବିକେଟ ଆକ୍ଟିୟାର କରିଥିଲେ ।

ଭୁବନ କପ ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର କର୍ଣ୍ଣାଟକ କୁ 28 ରନ ରେ ପରାସ୍ତ କଲା ।ଆଜିର ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ନିଲୁ ପ୍ରଧାନ ବିବେଚିତ ହୋଇଥିଲେ ।ଆଜିର ମ୍ୟାଚ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ( ରେଞ୍ଜର,. ଭୁବନ ବନ ବିଭାଗ ) ଦୁଇ ବରିଷ୍ଠ ଆମ୍ପୟାର ଶ୍ରୀଯୁକ୍ତ ଟିଟୋନୀ ମିଶ୍ର ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଖେଳ ପରିଚାଳନା କରିଥିଲେ ।ଭୁବନ କ୍ରିକେଟ କ୍ଲବ ର ବରିଷ୍ଠ ସଦସ୍ୟ ଅମିତାଭ ସାହୁ ମଞ୍ଚ ପରିଚାଳନା କରିଥିଲେ ।ଧାରା ବିବରଣୀ -ସଂଜୀବ କୁମାର ନାୟକ ।ସ୍କୋରର- ଏସ. ଏସ. ପତ୍ତି  Online ସ୍କୋରର – ପ୍ରଭାତ ମହାରଣା ,ସରୋଜ ସ୍ୱାଇଁ , ରାଜକିଶୋର ନନ୍ଦୀ ,ମନୀସ ଦାସ , ସ୍କୋରିଙ୍ଗ କରିଥିଲେ।

ଆସନ୍ତା କାଲିର ମ୍ୟାଚ , ପ୍ରଦର୍ଶନୀ ମ୍ୟାଚ ଭୁବନ ଓମେନ୍ସ କ୍ରିକେଟ କ୍ଲବ ( ଭୁବନ ) ବନାମ ଖୋର୍ଦ୍ଧା ଓମେନ୍ସ କ୍ରିକେଟ କ୍ଲବ (ଖୋର୍ଦ୍ଧା ) ସହିତ ଅନୁଷ୍ଠିତ ହେବ ବୋଲି ଆୟୋଜକ ଙ୍କ ଦ୍ୱାରା ସୂଚନା ମିଳିଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଚିକିଲି ଗାଁ ରେ ମା ଚିକଲେନ ବୁଢ଼ୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ସାନ ଟେମରି ଚମ୍ପିୟାନ 

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜି ବିଜୟୀ

Sunil Chandra Nayak

ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!