ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କରଣ ସମାଜ ମହିଳା ଶାଖା ତରଫରୁ କମ୍ବଳ ବଣ୍ଟନ

କଳାହାଣ୍ଡି କରଣ ସମାଜ ମହିଳା ଶାଖା ତରଫରୁ କମ୍ବଳ ବଣ୍ଟନ

ଗତ ତା୨୯-୯-୨୦୨୪ ରିଖ କରଣ ସମାଜ କଳାହାଣ୍ଡି ର ମହିଳା ଶାଖା ତରଫରୁ ୨୦୨୪ ମସିହାର ଶେଷ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଭାବେ ଭବାନୀପାଟଣା ବ୍ଲକ ଅଧୀନସ୍ଥ ତଳ ବେଲଗାଁ ଗ୍ରାମରେ କମ୍ବଳ ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

    ଏହି କାର୍ଯ୍ୟକ୍ରମ ରେ କରଣ ସମାଳର ସମ୍ପାଦକ ଶ୍ରୀ ପ୍ରଦୀପ ପଟ୍ଟନାୟକ, ମହିଳା ଶାଖା ର ଅଧ୍ୟକ୍ଷା ସୁଶ୍ରୀ ସବିତା ପଟ୍ଟନାୟକ ଓ ମହିଳା ଶାଖାର ୧୨ ଜଣ ସଦସ୍ୟା ଯୋଗଦାନ କରିଥିଲେ। ୫୦ ଜଣ ମହିଳା ଓ ପୁରୁଷ ବୟସ୍କ ବ୍ୟକ୍ତିଙ୍କମଧ୍ୟ ରେ କମ୍ବଳ ଓ ଜଳଖିଆ ଆବଣ୍ଟନ କରାଯାଇଥିଲା।ଏତଦ୍ ବ୍ୟତୀତ ବହୁ ପରିମାଣ ର ପୁରୁଣା କମ୍ବଳ ଓ ପୁରୁଣା ପୋଷାକ ଗ୍ରାମବାସୀ ଙ୍କ ମଧ୍ୟରେ ବଣ୍ଟନ କରା ଯାଇଥିଲା।

     ଉପସ୍ଥିତ ଗ୍ରାମବାସୀଙ୍କୁ ସ୍ବାସ୍ଥ୍ବକର ପରିବେଶ ଉପରେ ସୁଶ୍ରୀ ସବିତା ପଟ୍ଟନାୟକ ଓ ପାରିବାରିକ ନ୍ୟାୟ ଉପରେ ଶ୍ରୀ ପ୍ରଦୀପ ପଟ୍ଟନାୟକ କିଛି କିଛି ସୂଚନା ଦେଇଥିଲେ। ଏହି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀମାନେ କରଣ ସମାଜ ମହିଳା ଶାଖା କଳାହାଣ୍ଡି ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ମସିହା ନିୟୂଜ୍

Related posts

ଆସିକାରେ ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଅବସର ପ୍ରାପ୍ତ ପୋଲିସ ବାବୁ ଙ୍କ ପୁଅ, ଠକି ନେଲେ ସାମ୍ବାଦିକ ଟଙ୍କା

Sunil Chandra Nayak

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

Leave a Comment

error: Content is protected !!