ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ମିଳିଲା ” ବାଣୀମଞ୍ଜୁଳ ” ଉପାଧି

କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ମିଳିଲା ” ବାଣୀମଞ୍ଜୁଳ ” ଉପାଧି

ସିମୁଳିଆ,୩୦/୧୨/୨୪- ଉତ୍ତର ଆଧୁନିକ ରୋମାଣ୍ଟିକ ପଦ୍ୟ ସାହିତ୍ୟର ବିଶିଷ୍ଟ କାବ୍ୟଶିଳ୍ପୀ ତଥା ଓଡିଶା ସାହିତ୍ୟ ଏକାଡେମୀର ବାଲେଶ୍ବର ଜିଲ୍ଲାର ପ୍ରାକ୍ତନ ସଦସ୍ୟ କବି ଡ.ଭରତ ଚନ୍ଦ୍ର ଦାଶ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ସ୍ଥିତ ୪୫ତମ ବାଣୀପୀଠ ମହୋତ୍ସବ ୨୦୨୪ରେ ” ବାଣୀମଞ୍ଜୁଳ ” ଉପାଧିରେ ଭୂଷିତ ହୋଇଛନ୍ତି। ତା ୨୯/୧୨/୨୦୨୪ ରିଖ ରବିବାରଦିନ ବାଣୀପୀଠର ପ୍ରତିଭା ପୂଜନ କାର୍ଯ୍ୟକ୍ରମ ତଥା ୪୫ତମ ବାଣୀପୀଠ ମହୋତ୍ସବରେ କବି ଡ.ଦାଶଙ୍କୁ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗତବନ୍ଧୁ ପଣ୍ଡା, ଉଦଳା ବିଜ୍ଞାପିତ ପରିଷଦର ଉପାଧ୍ୟକ୍ଷା ପ୍ରମିଳା ପଣ୍ଡା, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା,ସାଗରିକାର ସଂପାଦିକା କବୀ ସୈରିନ୍ଧ୍ରୀ ସାହୁ, ବାଣୀପୀଠର ଅଧ୍ୟକ୍ଷ ଡକ୍ଟର କୁମାର ବାବୁଲି ପ୍ରମୁଖ ଉପସ୍ଥିତ ରହି ଉପାୟନ, ପ୍ରଶସ୍ତୀ ପତ୍ର ପ୍ରଦାନକରି ବାଣୀମଞ୍ଜୁଳ ଉପାଧିରେ ଭୂଷିତ କରିଥିଲେ।

       କବି ଡକ୍ଟର ଦାଶ ଦୀର୍ଘ ୪ ଦଶନ୍ଧି ଧରି ସାହିତ୍ୟ ସାଧନା କରୁଛନ୍ତି। ସେ ଶିଳାପ୍ରତ୍ୟୟ, ପ୍ରୀତିପର୍ଣ୍ଣା, ପ୍ରୀତିପୁଷ୍ପ, ପ୍ରୀତିଶସ୍ୟ, ପ୍ରୀତି ସୁଧା, ପ୍ରୀତିଲଗ୍ନା, ପ୍ରୀତିପ୍ରଜ୍ଞା, ପ୍ରୀତିଛନ୍ଦା, ପ୍ରୀତିକଳା, ପ୍ରୀତିଲତା, ପ୍ରୀତିଲେଖା, ପ୍ରୀତିଗନ୍ଧା, ପ୍ରୀତିପ୍ରଭା, ପ୍ରୀତିଝର ପ୍ରୀତିନନ୍ଦା ଆଦି ୧୬ ଖଣ୍ଡ କବିତା ସଂକଳନର ରଚୟିତା ।

 ରୋମାଣ୍ଟିକ ଚେତନାର ଅନନ୍ୟ କାବ୍ୟକାର ଭାବେ ୨୬ ଶହ ଏକପଦୀ ରଚନା କରି ପ୍ରେମ ଓ ପ୍ରଣୟର କବିଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଚେତନା ସାହିତ୍ୟ ସମ୍ମାନ, ଦୀନକୃଷ୍ଣ ସ୍ମୃତି ସଂସଦ, ଜଳେଶ୍ବର ପକ୍ଷରୁ କବିତା ସମ୍ମାନ, ଓଡିଶା ସେବାରତ୍ନ ସମ୍ମାନ ସମେତ ଓଡିଶା ସରକାରଙ୍କ ପ୍ରକୃତି ବନ୍ଧୁ ସମ୍ମାନ, ସୁଲେଖା କବି ସମ୍ମାନ, କବିବର କବିତା ସମ୍ମାନ ଲାଭ କରିଛନ୍ତି । ସୃଜନ ଶ୍ରୀକ୍ଷେତ୍ର, ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନ, ଓଡିଆ ଭାଷା ସାହିତ୍ୟ ଶିକ୍ଷଣ ସଂସ୍ଥାନ, ଓଡିଆ ଶ୍ରୀ ଆଦି ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ଭାବେ ଓଡିଆ ଭାଷା ସାହିତ୍ୟର ବିକାଶ, ପ୍ରଚାର ଓ ପ୍ରସାର ପାଇଁ କବି ଡକ୍ଟର ଦାଶ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ମଧ୍ୟ ସମାଜସେବା ପାଇଁ ନୂଆଦିଲ୍ଲୀରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି। ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର କବି ଶ୍ରୀ ଦାଶ ମୟୂରଭଞ୍ଜ ଜିଲ୍ଲାରେ ସମ୍ବର୍ଦ୍ଧିତ ହେବା ଶୁଣି ବହୁ ପ୍ରଶଂସକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ରାଜ୍ୟ ସ୍ତରୀୟ ବୋଡି ବିଲଡିଙ୍ଗ ରେ ସ୍ଵର୍ଣ ପଦକ ଜିତିଲେ, ଗୌଶିକ ଫିଟନେସ ପାର୍କ ଜିମର ଶଶାଙ୍କ

masiha

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି: 

Sunil Chandra Nayak

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!