ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାର୍ଡ ସହାୟତାରେ 25 ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସହାୟତା 

ନାବାର୍ଡ ସହାୟତାରେ 25 ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସହାୟତା 

ମୟୂରଭଞ୍ଜ : -ନାବାର୍ଡ ସହାୟତାରେ 25 ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସହାୟତା |ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଟିଏଚ୍‌ବି କାର୍ଯ୍ୟାଳୟ ଠାରେ ଅତି ଦୟନୀୟ ଭାବେ ବସବାସ କରୁଥିବା 25ଜଣ ଅସହାୟ ମହିଳାଙ୍କୁ ସହାୟତା ଦିଆଯାଇଛି। ନାବାର୍ଡର ସହାୟତା ଓ ବନ୍ଧନର ମିଳିତ ଉଦ୍ୟମରେ ଏହି ସହାୟତା ଦିଆଯାଇଛି ଏହି କାର୍ଯ୍ୟକ୍ରମରେ ବନ୍ଧନର ଏରିଆ ମ୍ୟାନେଜର ବଳରାମ ମଣ୍ଡଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଭାବେ ସମାଜସେବୀ ପଙ୍କଜ କୁମାର ମହାନ୍ତ ଯୋଗ ଦେଇ ଥିଲେ |ନାବାର୍ଡ ଡ଼ିଡ଼ିଏମ ସମରକ କୁମାର ମହାନ୍ତି, କୃଷ୍ଣ ପ୍ରସାଦ ମଣ୍ଡଳ, କମ୍ୟୁନିଟି ଅର୍ଗାନାଇଜର ଜଗନ୍ନାଥ ସିଙ୍ଗ , ଭକ୍ତ ପ୍ରହ୍ଲାଦ ମହାନ୍ତ, ସାଗର କୁମାର ବେହେରା ,ସଞ୍ଜୟ ବର୍ମା,ଅକ୍ଷୟ କୁମାର ମଲ୍ଲିକ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଇରଙ୍ଗପୁର ବ୍ଲକର 25 ଜଣ ଅସହାୟ ମହିଳାଙ୍କୁ କ୍ଷୁଦ୍ର ବ୍ୟବସାୟ କରିବାକୁ ଆର୍ଥିକ ସହାୟତା ସହ ସିଲେଇ ମେସିନ ସହ କଞ୍ଚାମାଲ ଯୋଗାଇ ଦିଆଯାଇଛି। ୨ ଲକ୍ଷରୁ ଊର୍ଦ୍ଧ ଟଙ୍କାର ବଡି, ଧୂପ, ଭେରାଇଟି ଷ୍ଟୋର ଆଦି ଚଳାଇବା ପାଇଁ ବ୍ୟାବସାୟିକ ସାମଗ୍ରୀ ଯୋଗାଇ ଦିଆଯାଇଛି।ଆଗାମୀ ଦିନରେ ଏହି ମହିଳା ମାନେ ଛୋଟ ବେପାର କରି ରଜଗାର କ୍ଷମ ହେବେ ବୋଲି ବୋଲି ଗଣାମାଧ୍ୟମ ପାଖରେ ପ୍ରତିକ୍ରିୟା ରଖିବା ସହ ତାଙ୍କୁ ନାବାର୍ଡ ଓ ବନ୍ଧନ ପକ୍ଷରୁ ସହାୟତା ମିଳିଥିବାରୁ ସେମାନେ ନାବାର୍ଡ ଓ ବନ୍ଧନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

ବ୍ରହ୍ମପୁରରେ ‘ଭରତ ଭେଟ’ ଆଲୋଚନା ଚକ୍ର: ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଶ୍ରେଷ୍ଠ ସ୍ଥାନର ଗୌରବ

Sunil Chandra Nayak

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ନିରାଡମ୍ବର ଭାବେ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!