ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

ଆସିକା ୨/୧/୨୫ // 1 ଜାନୁଆରୀ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ରେ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏକ ସ୍ନେହ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭଉଣୀ ଭାଇ ପ୍ରାତଃ କାଳରୁ ବିଶ୍ଵ ଶାନ୍ତି ସକାଶେ ଯୋଗର ଦାନ କରିଥିଲେ l 

ନୂତନ ବର୍ଷରେ ସହର ବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିବା ସହିତ ପରମାତ୍ମା ଶିବ ପିତା ସମସ୍ତଙ୍କ ଜୀବନକୁ ଅନେକ ସୁଅବସର ପ୍ରଦାନ କରନ୍ତୁ ବୋଲି ଶୁଭେଚ୍ଛା ଜ୍ଞାପନ କରିଥିଲେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ପ୍ରଭାତୀ l ଏହି ଅବସରରେ ଆସିକାରେ ନବ ନିଯୁକ୍ତ ଏସ୍ ପି ଡି ଓ ଜି. ଏନ୍. ପଟ୍ଟନାୟକଙ୍କୁ ପୁଷ୍ପ ଗୁଚ୍ଛ ଦ୍ଵାରା ସ୍ୱାଗତ କରିଥିଲେ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l ଜୀବନରେ ନିଷ୍ଠା ଓ ଇଶ୍ୱର ବିଶ୍ୱାସ ବଳରେ ସଫଳତା ପ୍ରାପ୍ତ ହୁଏ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ଏସ୍.ଡି.ପି.ଓ ଶ୍ରୀଯୁକ୍ତ ପଟ୍ଟନାୟକ l କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା କୃଷକ ରତ୍ନ ପୁରସ୍କାର ପ୍ରାପ୍ତ କରିଥିବା ସଫଳ ଚାଷୀ କବିସୂର୍ଯ୍ୟନଗର ନିବାସୀ ବାଉରୀ ବନ୍ଧୁ ସ୍ଵାଇଁ ଙ୍କୁ ସମ୍ମାନିତ କରାଯାଇଥିଲା l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

ଆତ୍ମହୁତି ଜଗଦୀଶ ଙ୍କ ବୁର୍ଲା ଠାରେ ମୃତ୍ୟୁ

Sunil Chandra Nayak

ଭୁବନ ଅଞ୍ଚଳର ବିକାଶରେ ବାଧକ ସାଜୁଛି ଜବରଦଖଲ

Sunil Chandra Nayak

Leave a Comment

error: Content is protected !!