ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଂଗୀତ କଳାକେନ୍ଦ୍ର ତରଫରୁ ଇଂରାଜୀ ନବ ବର୍ଷ ପାଳିତ 

ଜାତୀୟ ସଂଗୀତ କଳାକେନ୍ଦ୍ର ତରଫରୁ ଇଂରାଜୀ ନବ ବର୍ଷ ପାଳିତ

ବ୍ରହ୍ମପୁର, ତା. ୦୧/୦୧ :    ରାଜ୍ୟର ସର୍ବ ପୁରାତନ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଂଗୀତ କଳା କେନ୍ଦ୍ର” ପକ୍ଷରୁ ଇଂରାଜୀ ନବବର୍ଷ ପାଳନୋତ୍ସବ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ହାଡିବନ୍ଧୁ ମାଳିଙ୍କ ଅଧ୍ୟକ୍ଷତାରେ ନବବର୍ଷ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ବାର୍ଷିଆନ କବି ପ୍ରଫୁଲ୍ଲ ମହାପାତ୍ର ଏବଂ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆମ ସୃଜନୀ କର୍ମ ସମାଜର ପଥ ପ୍ରଦର୍ଶକ ହେବା ନିତାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। କଵୀ ଶ୍ରୀମତୀ ପଦ୍ମିନୀ ମିଶ୍ରଙ୍କ ସଂଯୋଜନା କ୍ରମେ ବହୁ କବି-କବୟିତ୍ରୀ ସ୍ୱରଚିତ ନବବର୍ଷ ସ୍ୱାଗତ କବିତା ପାଠ କରିଥିଲେ।

        କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି ଶିକ୍ଷପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଶିଶୁ ସାହିତ୍ୟିକ ନାଟ୍ୟକାର ହାଡିବନ୍ଧୁ ମାଳି ମୁଖ୍ୟ ଅତିଥି, କବି ପଦ୍ମ ଚରଣ ଦାଶ ମୁଖ୍ୟ ବକ୍ତା ଏବଂ ସଂଗୀତଜ୍ଞ ମାଧବ ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ଭାବଧାରା ସମାଜର ପୁଷ୍କଳ କାରକ ଏବଂ ଏହି ଧାରାରେ କଳାକେନ୍ଦ୍ର ଓତଃପ୍ରୋତ ଭାବେ ଜଡିତ ରହି ଦୀର୍ଘ ପଞ୍ଚୋସ୍ତରି ବର୍ଷ ଧରି ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ବାର୍ତ୍ତାବହ ଭାବରେ ଦଣ୍ଡାୟମାନ ହୋଇଥିବା ସୂଚନା ନିଜ ନିଜ ଭାଷଣ କ୍ରମରେ ବ୍ୟକ୍ତ କରିଥିଲେ। ଏହି ଅବସରରେ ସଭାପତି ଶିକ୍ଷପ୍ରଦୀପ ସାହୁଙ୍କୁ ତାହାଙ୍କ ତେୟାଅଶିତମ ଜନ୍ମଦିନ ବଧେଇ ଓ ଶୁଭେଚ୍ଛା କଳାକେନ୍ଦ୍ର ଓ ବିଭିନ୍ନ ଶିକ୍ଷାୟତନ ତଥା ସାଂସ୍କୃତିକ ସଂସ୍ଥା ପକ୍ଷରୁ ଜ୍ଞାପନ କରାଯାଇଥିଲା।କଳାକେନ୍ଦ୍ରର ସମ୍ପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ନିଜ ସ୍ୱାଗତ ଭାଷଣରେ ଅତି ନିକଟରେ କଳାକେନ୍ଦ୍ରର ପ୍ଲାଟିନମ୍ ଜୁବୁଲି ପାଳନ ନିମନ୍ତେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ।

          କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୁନ୍ଦର ସଂଯୋଜନା କ୍ରମେ ଉଭୟ କଳାକେନ୍ଦ୍ର ଓ ଉତ୍କଳିକା ପ୍ରତିଷ୍ଠାନର ଶିଳ୍ପୀମାନେ ଗୁରୁ ହରିଶ୍ଚନ୍ଦ୍ର ଦାସ ଏବଂ ଶୁଭଶ୍ରୀ ସାବତଙ୍କ ନିର୍ଦ୍ଦେଶନା କ୍ରମେ ଓଡିଶୀ ଶାସ୍ତ୍ରୀୟ ଓ ପଲ୍ଲୀ ନୃତ୍ୟ ଏବଂ କଣ୍ଠଶିଳ୍ପୀ ଆଶୁତୋଷ ମହାପାତ୍ର ଓ ବି. ସତ୍ୟମ୍ ଆଚାରୀ ଭଜନ ପରିବେଷଣ କରିଥିଲେ। ଉଦ୍ଘାଟନୀ ପର୍ବରେ ସୁଦ୍ଧାଞ୍ଜଳି ମିଶ୍ର ବେଦ ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଭିକାରୀ ଗୌଡ଼, ରାମ ପ୍ରସାଦ ସାବତ, ସୁବାସ ଚନ୍ଦ୍ର ସାହୁ, ସଂଜ୍ଞା ସମାହିତ ପାଢ଼ୀ, ପ୍ରଦୀପ କୁମାର ସାହୁ, ଶ୍ରୁତି ସ୍ୱାଧୀନା ସାବତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଯୁବ ଆଇନଜୀବି କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେରେସିଂହାରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

Sunil Chandra Nayak

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

କଳାକାର ଧର୍ମ ରଣା ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!