ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ତାଲିମ ଶିବିର

ବିଦ୍ୟାଳୟ ପାଚିକା ଓ ସହାୟିକା ମାନଙ୍କ ତାଲିମ ଶିବିର

ଆସିକା, ୨/୧/୨୫ // ଧରାକୋଟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ଆନୁକୁଲ୍ୟରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ପରିବେଷଣ ରତ ପାଚିକା ଓ ସହାୟିକା ମାନଙ୍କ ଏକ ଦିବସୀୟ ତାଲିମ ଶିବିର ତିନୋଟି ପର୍ଯ୍ୟାୟରେ ବରଡାବିଲି ଓ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିରୁପାକ୍ଷ ପରିଡ଼ା ଓ ଗୀତାଞ୍ଜଳି ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ସୌରୀ ଶଙ୍କର ବେହେରା,ସିମାଞ୍ଚଳ ବେହେରା, ବିଭୁତି ଭୁଷଣ ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବ୍ଲକ ସ୍ତରର 275 ଜନ ପାଚିକା ଓ ସହାୟିକା ଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳା ଗୁଡିକରେ ଧରାକୋଟ ସି ଆର ସି ସି ଜଗନ୍ନାଥ ପଢ଼ିହାରୀ,ରଗୁମୁ ସି ଆର ସି ସି କାଳୁ ଚରଣ ଗୌଡ଼, ଢ଼ଉଗାଁ ସି ଆର ସି ସି ଶର୍ମିଷ୍ଠା ପାତ୍ର, ସରାଧାପୁର ସି ଆର ସି ସି କିରଣ ବାଳା ନାୟକ ଓ ମାଷ୍ଟର ଟ୍ରେନର ଭାବରେ କାନଗିରିଡି ବିଦ୍ୟାଳୟର ଶାନ୍ତିଲତା ମହାରଣା ଓ କୁଷଗୁମା ଓ ଏ ଭି ର ମମତା ସାହୁ ଶିବିର ପରିଚାଳନା କରିଥିଲେ। ଏହି ତାଲିମ ର ମୁଖ୍ୟ ଆଭିମୁଖ୍ୟ ହେଲା କୋମଳ ମତି ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ପରିମଳ ଓ ନିରାମୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିବା । ଶିବିର ର ଶେଷ ଦିବସରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଉପସ୍ଥିତ ରହି ତାଲିମ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିବା ସହ ଖାଦ୍ୟ ମେଳା କୁ ପରିଦର୍ଶନ କରିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅସୁରକ୍ଷିତ ପ୍ରକୃତିର ଗନ୍ତାଘର ଶିମିଳିପାଳର ସୁରକ୍ଷା ପାଇଁ ଭଂଜସେନାର ପଦଯାତ୍ରୀ ଦଳ ରାଇରଙ୍ଗପୁର ପହଞ୍ଚିଲେ

ନବରଙ୍ଗପୁର ଠାରେ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ସପ୍ତାହ ପାଳନ 

masiha

କୁମାରସ୍ବାମୀ ମହୋତ୍ସବ ଉଦଯାପିତ

masiha

Leave a Comment

error: Content is protected !!