ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଜାଲଙ୍କୁ ପ୍ରକୃତି ମିତ୍ର ସମ୍ମାନ

ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ଜାଲଙ୍କୁ ପ୍ରକୃତି ମିତ୍ର ସମ୍ମାନ

ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦୟାନିଧି ଜାଲଙ୍କୁ ଦଣ୍ଟପାଟ ଧନୁଯାତ୍ରା ମହୋତ୍ସବ ତରଫରୁ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜାଲଙ୍କ ଅସୁସ୍ଥତା କାରଣରୁ ତାଙ୍କ ପୁତ୍ର ଲକ୍ଷ ଜ୍ୟୋତି ଜାଲ ଉପସ୍ଥିତ ହୋଇ ମାନପତ୍ର ଏବଂ ଉପଢୌକନ ଗ୍ରହଣ କରିଥିଲେ। ଧନୁଯାତ୍ରାର ୬ଷ୍ଠ ତମ ଦିବସରେ ମୁଖ୍ୟ ଅତିଥି ଧର୍ମଗଡ଼ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ପଥପ୍ରାନ୍ତ ବନୀକରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ ଜାଲ ପର୍ଲା ଗ୍ରାମ ଶେଷ ମୁଣ୍ଡରୁ ଶ୍ରୀରାମପୁର (ମିର୍ଜାପୁର) ପର୍ଯ୍ୟନ୍ତ ୮୦ଟି ବଟବୃକ୍ଷ ଏବଂ ପିପ୍ପଳ ଗଛ ଲଗେଇ ତା’ର ରକ୍ଷଣାବେକ୍ଷଣା କରିଥିଲେ। ଏପରିକି କରୋନା କାଳରେ ମଧ୍ୟ ସାଇକେଲରେ ନିକଟସ୍ଥ ପୋଖରୀରୁ ପାଣି ନେଇ ଗଛଗୁଡ଼ିକୁ ପାଣି ଦେବା ସହ ନିଜ ଖର୍ଚରେ କଣ୍ଟାବାଡ ଦେଇ ବଞ୍ଚାଇଥିଲେ। ଏବେ ପ୍ରାୟ ୪୦ ଗଛ ବଞ୍ଚିଛି। ଆଜିକା ଦିନରେ ଗଛ ଲଗାଇ ସେଲଫି ନେବା ଏକ ଫେସନ ହୋଇଥିବାବେଳେ ଶ୍ରୀ ଜାଲଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଧନୁଯାତ୍ରା କମିଟି ସମ୍ମାନିତ କରିଥିବାରୁ ସେ କମିଟିକୁ କୃତଜ୍ଞତା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନିଲାବାଡ଼ି କନ୍ୟାଶ୍ରମ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!