ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ 

ଢେଙ୍କାନାଳ: ତା ୦୪.୦୧.୨୦୨୫ ରିଖ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ୍ ର ଆଙ୍କୁର୍ଦ୍ଦା ଗ୍ରାମର ବୟୋଜ୍ୟେଷ୍ଠ ଧର୍ମପରାୟଣ ବ୍ୟକ୍ତି ଓ ସମାଜସେବୀ ସ୍ୱର୍ଗତଃ କୀର୍ତ୍ତନ ସ୍ବାଇଁଙ୍କର ଜାନୁୟାରୀ ମାସ ତିନି ତାରିଖ ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ୮୦ ବର୍ଷ ବୟସରେ ହୃଦ୍ ଘାତରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ହତଭାଗ୍ୟା,ହତଭାଗ୍ୟ ପରିବାର ବର୍ଗ,ବନ୍ଧୁ ପରିଜନ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେ ଜଣେ ଉଚ୍ଚ କୋଟୀର ରାଜମିସ୍ତ୍ରୀ,ସମାଜସେବୀ, ଜଣେ ଅତ୍ୟନ୍ତ ସ୍ନେହୀ,ଅମାୟିକ,ପରୋପକାରୀ,ଧର୍ମପ୍ରାଣ, ସଦଗୁଣଧାରୀ ଓ ନିର୍ଭୀକ ପୁରୁଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି । ଅଶ୍ବଖୋଲା ମଠ ତିଆରିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମହିମା ଗାଦି ଯୋରନ୍ଦା ମଠ,କପିଳାସ ପାହାଚ ନିର୍ମାଣ କରି ଥିଲେ। ରାଇତଳା ନାଚ କମିଟିର ପରିଚାଳନା କରିଥିଲେ। ତାଙ୍କ ବିୟୋଗରେ ଗଁଦିଆ ସ୍ମୃତି ସଂସଦର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ,ମୁଖ୍ୟ ଉପଦେଷ୍ଟା ଡଃ ସମୀର କୁମାର ସାହୁ,ସମ୍ପାଦକ ତାପସ କୁମାର ରାଉତ,ଅବସର ପ୍ରାପ୍ତ ସିବିଆଇ ସ୍ବତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ,ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଓ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର,ପ୍ରଖ୍ୟାତ ବରିଷ୍ଠ ଶିଳ୍ପୀ ଅଦ୍ଵୈତ ଗଡ଼ନାୟକ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦୀପ୍ତିମୟୀ ଲେଙ୍କା,ଡ଼ା ଅନୁପମ ଦେବାଶିଷ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଗଁଦିଆ ବ୍ଳକ୍ ରେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ଡ଼ା.ଦେବୀ ପ୍ରସାଦ ମିଶ୍ର,

ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା 

 

Related posts

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ

Sunil Chandra Nayak

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!